ଉଦଳା: ନଦୀ ସୁଅରେ ଭାସି ଯାଇ ନିଖୋଜ ହୋଇଥିବା ଯୁବକଙ୍କ ମିଳିଲା ମୃତଦେହ। ନିଖୋଜର ପ୍ରାୟ ୨୫ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ କପ୍ତିପଦା ଥାନା ଗୌଡ଼ଗାଁ ଗ୍ରାମରେ। ମୃତକ ହେଉଛନ୍ତି ଗ୍ରାମର ସିପୁନ ମଢେଇ।

ସୂଚନାଥାଉକି, ଲଗାଣ ବର୍ଷା କାରଣରୁ ଗାଁ ନିକଟ କାଳ ନଦୀରେ ପାଣି ଅଧିକ ରହିବା ସହିତ ଡ୍ୟାମର ଗେଟ ଦେଇ ଜଳ ନିଷ୍କାସିତ ହେଉଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏମିତିରେ ଶନିବାର ସିପୁନ କାଳ ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତେବେ ଘଟଣା ଜଣାପଡ଼ିବା ପରେ କପ୍ତିପଦା ଅଗ୍ନିଶମ ବିଭାଗ ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

Also Read: ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ଜମି କାରବାର ନାଁରେ ଦିନ ଦ୍ୱିପ୍ରହରରେ କରିଥିଲେ ଡକାୟତି

ଆଉ ଶେଷରେ ରବିବାର ଭାସିଯାଇଥିବା ସ୍ଥାନଠାରୁ ୨୦୦ ମିଟର ଦୂରରେ ନଦୀ ଭିତରେ ଥିବା ଏକ ପଥର ସନ୍ଧିରେ ଅଟକିଥିବା ଅବସ୍ଥାରେ ସିପୁନଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ତେବେ ନଦୀରେ ବୁନି ରହି ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କପ୍ତିପଦା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।