ଅଭିଜ୍ଞଙ୍କଠୁ ଶିଖିବେ ନବାଗତ, ନୂଆ ବିଧାୟକଙ୍କୁ ତାଲିମ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

Published By : Prameya-News7 Bureau | April 11, 2025 IST

ଭୁବନେଶ୍ବର ୧୧ବିଧାୟକ ପଢ଼ିବେ ପାଠ । ଅଭିଜ୍ଞଙ୍କଠୁ ଶିଖିବେ ନବାଗତ । ନୂଆ ବିଧାୟକଙ୍କୁ କେମିତି ଚାଲେ ସରକାର ତାର ତାଲିମ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଏ ନେଇ ବିଜେପି ବିଧାୟକ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି ।

ଶିକ୍ଷା ବ୍ୟବସ୍ଥାର ଅନ୍ତ ନାହିଁ । ଯେଉଁ ଯୋଜନା ଓଡ଼ିଶାରେ ରୂପାୟନ ହେଉଛି, ଯେଉଁ ଫେଡରାଲ ସିଷ୍ଟମ୍‌ରେ କାମ ଚାଲିଛି ସେ ବିଷୟରେ ନୂଆ ବିଧାୟକଙ୍କୁ ତାଲିମ ଦିଆଯିବ । ନୂତନ ବିଧାୟକ ମାନଙ୍କୁ ଅନେକ କଥା ଏବେ ଜାଣିବାର ଅଛି । ଜନତାଙ୍କ ସେବା ପାଇଁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଅଧିକ ଜାଣିବାର ଆବଶ୍ୟକତା ଅଛି । ଶନିବାର ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଏହି କର୍ମଶାଳା ହେବ । ଏହି ଦୁଇ ଦିନରେ ଅଭିଜ୍ଞ ସମ୍ପନ୍ନ ନେତା ମାନେ ସରକାର କେମିତି ଚାଲିବ ବା ଚାଲେ ତାକୁ ନେଇ ତାଲିମ ଦେବେ ।

You Can Read:

ଜଳ ସମସ୍ୟା ନେଇ ଅଭିଯୋଗ ଆସିଲେ ୭ ଦିନରେ ହେବ ସମାଧାନ, ବିଭାଗକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.