LIVE TV

କ୍ରାଇମବ୍ରାଞ୍ଚ ଛୋଟ ଛୋଟ ଅପରାଧୀଙ୍କୁ ଧରି କ୍ରେଡିଟ୍ ନେବାକୁ ଚାହୁଁଛି

NEWS7
BJD

ଭୁବନେଶ୍ବର ୧୦: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତିରେ କ୍ରାଇମବ୍ରାଞ୍ଚ ଛୋଟ ଛୋଟ ଅପରାଧୀଙ୍କୁ ଧରି କ୍ରେଡିଟ୍ ନେବାକୁ ଚାହୁଁଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଦୁଇ ଅଭିଯୁକ୍ତ ମୁନା ମହାନ୍ତି ଓ ରିଙ୍କୁ ମହାରଣାକୁ ଧରିଛନ୍ତି, ହେଲେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଧରିପାରୁନି କ୍ରାଇମବ୍ରାଞ୍ଚ । ଏବେ ଶଙ୍କର ପୃଷ୍ଟିଙ୍କ ଦୁଇ ଆସୋସିଏଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହା ୨୫୦ କୋଟି ଟଙ୍କାର ଏସଆଇ ଦୁର୍ନୀତି । ଏହା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ, ଗୃହ ବିଭାଗ ଅଧିନରେ ଏହି ପରୀକ୍ଷା ଆୟୋଜିତ ହେବାକୁ ଥିଲା । ପରେ ବିଭାଗ ପକ୍ଷରୁ ଜଣେ ସେଣ୍ଟ୍ରାଲ ପିଏସୟୁ ITI ଲିମିଟେଡକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଏହା ପୂର୍ବରୁ ସଂପୃକ୍ତ ଅନୁଷ୍ଠାନ ବିରୁଦ୍ଧରେ ବହୁବାର ଅପରାଧିକ ମାମଲା ରହିଛି ବୋଲି ବିଜେଡି କହିଛି । ଏହାପରେ ITI ଲିମିଟେଡ ଭୁବନେଶ୍ୱର ଏବଂ ପରେ ସିଲିକନ୍ ଟେକଲ୍ୟାବକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଯାହା ଶଙ୍କର ପୃଷ୍ଟିଙ୍କ ନିଜ ଅନୁଷ୍ଠାନ ।

ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ କଣ ମୁଖ୍ୟମନ୍ତ୍ରୀଙ୍କ ବିନା ହସ୍ତକ୍ଷରରେ ଗୃହ ବିଭାଗରୁ ଫାଇଲ ITI ଲିମିଟେଡକୁ ଦିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି । ଏହା ଏକ ବଡ଼ ଲୁଟ । ଏଥିରେ ଶାସକ ଦଳର ନେତା ସହ ଓଡ଼ିଶା ପୋଲିସର ବଡ଼ ବଡ଼ ଅଫିସର ଏହି ରାକେଟରେ ଅନ୍ତର୍ଭୁକ୍ତ ଅଛନ୍ତି । ମୂଳ ଅଭିଯୁକ୍ତଙ୍କୁ ଛାଡି ଛୋଟ ଛୋଟ ଦୋଷୀଙ୍କୁ ଧରି ଶ୍ରେୟ ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଏହି ସ୍କାମ ବିଭିନ୍ନ ରାଜ୍ୟ ସହ ଯୋଡ଼ି ହୋଇରହିଛି । ଏହାକୁ ସିବିଆଇକୁ ଦେବା ପାଇଁ ଦାବି କରିଛି ବିଜେଡି । ହେଲେ ଏହାକୁ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି ମୁଖ୍ୟମନ୍ତ୍ରୀ । ଏମିତି କାହିଁକି କରିଛି ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି । ଅନ୍ୟପଟେ ବିଜେପିର କେହି ଶଙ୍କର ପୃଷ୍ଟିଙ୍କୁ ସୁରକ୍ଷା ଦେଉଛନ୍ତି କି ? ନା ପୋଲିସ ଏନେଇ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ କରିଛି ବିଜେଡି । ଏହି ଘଟଣାରେ CMOର ସିଧା ସଳଖ କୌଣସି ଲିଙ୍କ ଅଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଦାବି କରିଛି ବିଜେଡି । କ୍ରାଇମବ୍ରାଞ୍ଚ ମିଛ ନାଟକ କରୁଛି ବୋଲି ଅଭିଯୋଗ ଆଣିଛି ବିଜେଡି ।