ଭୁବନେଶ୍ୱର ୨୫।୦୫ : ମହାନଦୀ ପ୍ରସଙ୍ଗରେ ପୁଣି ମୁହାଁମୁହିଁ । ଶାସକ-ବିରୋଧୀ ଆମ୍ନାସାମ୍ନା । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ଯଦି ମହାନଦୀରେ ପର୍ଯ୍ୟାପ୍ତ ପାଣି ଅଛି । ଜନ ଅସନ୍ତୋଷ କାହିଁକି । ବୈଷୟିକ କମିଟି ଓ ଟ୍ରିବ୍ୟୁନାଲର ବାରମ୍ବାର ବୈଠକ କାହିଁକି ବସୁଛି ? ତେବେ ବିବାଦ କାହିଁକି ? ଓଡ଼ିଶାରେ ପାଣି ନାହିଁ । ଯେଉଁମାନେ କହୁଛନ୍ତି ପାଣି ଅଛି, ସେମାନ ତଥ୍ୟ ରଖନ୍ତୁ । ଅଯଥାରେ ଲଜ୍ଜିତ ହୁଅନ୍ତୁ ନାହିଁ, ଏହା ନିନ୍ଦନୀୟ ।

ରବିବାର ପୁରୀରେ ଛତିଶଗଡ- ଓଡ଼ିଶା AGଙ୍କ ବୈଠକ ବସିଲା। ସେମାନେ କହିଲେ ବାଟ ଫିଟିଲା, ଆଶ୍ୱସ୍ତ ହେବା। ହେଲେ କେମିତି ଆଶ୍ୱସ୍ତ ହେବା ? ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହୁଛନ୍ତି ଛତିଶଗଡ ମନ୍ତ୍ରୀସ୍ତରୀୟ କମିଟି କଲା ପରେ ଯାହା ହେବ। ଟ୍ରିବ୍ୟୁନାଲ କହିଛନ୍ତି ଯେ, ତୁରନ୍ତ ମନ୍ତ୍ରୀସ୍ତରୀୟ ବୈଠକ ହେଉ। ସେ ଅନୁଭବ କଲେଣି କିଛି ଠିକ ନାହିଁ, ସମସ୍ୟା ଅଛି। ଛତିଶଗଡର ମନ୍ତ୍ରୀସ୍ତରୀୟ କମିଟି ଗଠନ ହେଲା ପରେ ଯେଉଁ ଆଲୋଚନା ହେବ, ତା ପରେ ଟ୍ରିବୁନାଲ ପାଖରେ ଠିଆ ହେବାକୁ ପଡ଼ିବ। AGଙ୍କ ବକ୍ତବ୍ୟ ଗ୍ରହଣୀୟ ନୁହେଁ। ତାଙ୍କ ଘନ ଘନ ଦିଲ୍ଲୀ ଗସ୍ତ ଭଲ। ହେଲେ ଏ ଯାଏଁ ବାଟ ଫିଟିନି କି ସମାଧାନ ହୋଇନି। ଅଧିକ ଆଲୋଚନା , ଅଧିକ ସମୟ ଓ ଅଧିକ ତଥ୍ୟ ଆବଶ୍ୟକ। ଫଳ ଶୂନ୍ୟ, ଯାହା ଦୁର୍ଭାଗ୍ୟ।

ସେପଟେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ବିରଞ୍ଚି ନାରାୟମ ତ୍ରିପାଠୀ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଯଦି ଆଜି କ୍ଷତିଗ୍ରସ୍ତ ହୋଇଛି । ଏଥିପାଇଁ ବିଜେଡିର ୨୪ ବର୍ଷ ଶାସନ ଦାୟୀ | ଏହାକୁ ବିଜେପି ସବୁବେଳେ ଉଠାଇଛି | ଆପୋଷ ସମାଧାନ ପାଇଁ ସବୁ ପ୍ରୟାସ ସତ୍ୱେ, ବିଜେଡି ଏହାକୁ ଟ୍ରିଟ୍ୟୁନାଲକୁ ଜିଦରେ ନେଇକି ଗଲେ | ହେଲେ ଟ୍ରିବ୍ୟୁନାଲରେ ଠିକ ତଥ୍ୟ ଦେଲାନି ବିଜେଡି | ଏବେ ବିଜେପି ସରକାର ଠିକ ତଥ୍ୟ ଦେଉଛି | କେମିତି ସମାଧାନ ହେବ, ଜଳ ପାଇବ ଓଡ଼ିଶା ଓ ଠିକ ବିନିଯୋଗ ହେବ, ବିଜେପି ପ୍ରୟାସ କରିଛି | ଏକ କମିଟି ଗଠନ ହୋଇଛି, ଯିଏ ଛତିଶଗଡ ସରକାରଙ୍କ ସହ ଆଲୋଚନା କରୁଛି ।