LIVE TV

ନୂଆପଡ଼ା ଘମାସାନ : ଆଦିବାସୀ ଭୋଟ ନେଇ ବିଜେଡି-ବିଜେପି ମୁହାଁମୁହିଁ

NEWS7
bjd_bjp

ନୂଆପଡ଼ା ୨୦।୧୦ : ନୂଆପଡ଼ା ଘମାସାନ । ପ୍ରମୁଖ ତିନି ଦଳର ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏବେ କମ୍ପଛି ପ୍ରଚାର ମୈଦାନ । ଏସବୁ ଭିତରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ନୂଆପଡ଼ାରେ ଆଦିବାସୀ ଭୋଟ ନିର୍ଣ୍ଣାୟକ ହେବ । ସମସ୍ତ ଆଦିବାସୀ ଭୋଟ ବିଜେପି ଖାତାକୁ ଯିବ । ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦିବାସୀ । ରାଜ୍ୟରେ ୧୮ ବିଧାୟକ ଓ ୪ ଆଦିବାସୀ ବିଜେପି ସାଂସଦଙ୍କୁ ଓଡ଼ିଶାବାସୀ ନିର୍ବାଚିତ କରିଛନ୍ତି। ତେଣୁ ନୂଆପଡ଼ାରେ ବିଜେପି ପ୍ରାର୍ଥୀଙ୍କୁ ଆଦିବାସୀ ଭୋଟରଙ୍କ ସମର୍ଥନ ନିଶ୍ଚୟ ମିଳିବ । ଆଦିବାସୀଙ୍କ କଲ୍ୟାଣ ପାଇଁ ସମସ୍ତ ଜନକଲ୍ୟାଣ ଯୋଜନା ଆଣିଛି ବିଜେପି । ଉପନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ । ତେବେ ମୁଁ ପ୍ରସ୍ତୁତ ଅଛି । ଦଳ ପ୍ରଚାର ପାଇଁ ଯେତେବେଳେ ନିର୍ଦ୍ଦେଶ ଦେବ, ସେତେବେଳେ ପ୍ରଚାର କରିବାକୁ ଯିବି।

ତେବେ ଜୁଏଲ ଓରାମଙ୍କ ବୟାନକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶା । ସେ କହିଛନ୍ତି ଯେ, ବିଜେପି ସରକାର ଆଦିବାସୀ ବିରୋଧୀ । ଆଦିବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଆନୁଷଙ୍ଗିକ ବ୍ୟବସ୍ଥା ସହ ଖେଳ ଖେଳୁଛି। ଆଦିବାସୀଙ୍କ ପାଇଁ ଥିବା ପାଣ୍ଠିକୁ ଏ ସରକାର କାଟିଛନ୍ତି। ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ହୋଇ ମଧ୍ୟ ଆଦିବାସୀଙ୍କୁ ରାଜ୍ୟରେ ପ୍ରତାରଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ କହିପାରିବେ କି ରାଜ୍ୟରେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି। କେବଳ ବିଜେଡି ଆଦିବାସୀଙ୍କ ପାଇଁ କରିଥିବା ଯୋଜନା ବନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ତେଣୁ ନୂଆପଡ଼ାର ଆଦିବାସୀ ଭାଇ ଭଉଣୀ ମାନେ ଏ କଥା ଜାଣିଛନ୍ତି। ସବୁ ଆଦିବାସୀ ଭୋଟ ବିଜେଡି ଖାତାକୁ ଯିବା।  ବିଜେଡି ଏଠାରେ ବଡ଼ ବ୍ୟବଧାନରେ ବିଜୟୀ ହେବ।