News7 Logo

ନିମାପଡା ଗାଁରେ ମରି ପଡିଛନ୍ତି ଶହଶହ କୁକୁଡା, ବଢିଲା ବାର୍ଡ ଫ୍ଲୁ ଭୟ

NEWS7
bird flue

ଜଗତସିଂହପୁର ୦୫/୦୯: ଜଗତସିଂହପୁର ଜିଲ୍ଲା ସାଁପୁର ପଞ୍ଚାୟତ ନିମାପଡା ଗାଁରେ କୁକୁଡ଼ା ମଡ଼କ । କୁକୁଡା ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି ।ନିମାପଡା ଗ୍ରାମର ନିହାର ରଞ୍ଜନ ପତିଙ୍କ କୁକୁଡ଼ା ଫାର୍ମରେ ଏକ ସଙ୍ଗେ ୩୦୦ରୁ ଉର୍ଦ୍ଧ୍ୱ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ କୁକୁଡ଼ା ଚାଷୀ ମାନେ ଭୟଭୀତ ହୋଇପଡିଛନ୍ତି ।

ଏହି ବାବଦରେ ଜିଲ୍ଲା ପଶୁ ସମ୍ପଦ ବିଭାଗକୁ ଅବଗତ କରାଇବା ପରେ । ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶରେ ଏକ ଟିମ ସମ୍ପୃକ୍ତ କୁକୁଡ଼ା ଫାର୍ମକୁ ଯାଇ ତଦନ୍ତ କରିବା ସହିତ ମୃତ କୁକୁଡ଼ାଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

ଏହା ସହିତ ମୃତ କୁକୁଡ଼ା ମାନଙ୍କୁ ଏକ ଗାତ ଖୋଳି ପୋତି ଦିଆଯାଇଛି ।ଏହି କୁକୁଡ଼ା ମଡ଼କ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ । ଆରପଟେ ସ୍ଵାବ ଭୋପାଳ ପଠାଯାଇ ଅଧିକ ପରୀକ୍ଷା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।