LIVE TV

୨୦ ବର୍ଷ ଧରି ପରାଜୟ, ତଥାପି ଭାଙ୍ଗିନି ମନୋବଳ: ବିହାରରେ ନିର୍ବାଚନ ଲଢିବେ ସିଲିଣ୍ଡର ଡେଲିଭରୀ ମ୍ୟାନ୍

NEWS7
chotelal

ବିହାର ୧୧/୧୦: ନିର୍ବାଚନ ପୂର୍ବରୁ କମ୍ପିଲାଣି ମାହୋଲ । ବିହାରରେ କିଏ ମାରିବ ବାଜି ଅନେକ ଚର୍ଚ୍ଚା । ଠିକ୍ ଆଉ ମାସକ ପରେ ପଡିବ ହାଇଭୋଲଟେଜ୍ ଭୋଟ୍ । ପୂରା ବିହାର ରାଜନୀତି ସରଗରମ ରହିଛି । ଜନତାଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର କସରତ । ନେତାମାନେ ବିହାର ହାତେଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ । ଚାଲିଛି ଜୋରଦାର ପ୍ରଚାର ପ୍ରସାର । କିଏ କେଉଁଠୁ ଲଢିବ କାହାକୁ ମିଳିବ ଟିକେଟ୍ ଚାଲିଛି ମାନସ ମନ୍ଥନ ।

ଏହାରି ଭିତରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ଏଥର ବି ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ଛୋଟେ ଲାଲ । ଥରେ କି ଦୁଇ ଥର ନୁହେଁ ଲଢିଲେଣି ବାରମ୍ୱାର । ତଥାପି ମନୋବଳ ତାଙ୍କର ଦୃଢ । ଏଥର ବି ମୈଦନରେ ଲଢିବେ ଛୋଟେଲାଲ୍ । ତେବେ ଛୋଟେ ଲାଲ୍ କିଏ ଆପଣଙ୍କ ମନରେ ଥିବ ଅନେକ ପ୍ରଶ୍ନ । ନା ତାଙ୍କର ସିନା ଛୋଟେ ଲାଲ । ଆଶା ତାଙ୍କର ବହୁତ ବଡ଼ । ନିଶା ତାଙ୍କର ନିର୍ବାଚନ ଲଢ଼ିବା । ସେ କୌଣସି ରାଜନୈତି ଦଳର ସଦସ୍ୟ ନୁହନ୍ତି।

20 साल से नहीं जीते, फिर भी हौसले बुलंद, बिहार में यहां से चुनाव लड़ेंगे घर-घर सिलेंडर पहुंचाने वाले छोटेलाल

ଜଣେ ସାଧାରଣ ଲୋକ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କ କାମ ହେଲା ଘରେ ଘରେ ଯାଇ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବା । ହେଲେ ରାଜନୀତିରେ ରୁଚି ତାଙ୍କର ଦୀର୍ଘ ବର୍ଷ ହେବ । ଗତ ୨୦ ବର୍ଷ ହେଲା ସେ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ହାତେଇଛନ୍ତି ପରାଜୟ । ଆଜି ପର୍ଯ୍ୟନ୍ତ ମିଳିନି ସଫଳତା । ତଥାପି ସେ ଏଥିରୁ ଓହରି ନାହାନ୍ତି । ବିହାର ଲୋକସଭା, ବିଧାନସଭା ଓ ମ୍ୟୁନିସିପାଲଟି ନିର୍ବାଚନ ବି ସେ ଲଢ଼ି ସାରିଛନ୍ତି। ପ୍ରତ୍ୟେକ ଥର ତାଙ୍କୁ ତାଙ୍କ ଭାଗ୍ୟ ସାଥ୍ ଦେଇ ନାହିଁ। ତଥାପି ମାନିନାହାଁନ୍ତି ହାର୍, ଦେଇନାହାଁନ୍ତି ପଛଘୁଞ୍ଚା । 

ବିହାର କିସାନଗଞ୍ଜର ବାସିନ୍ଦା ଛୋଟେ ଲାଲ ମହତୋ । ୨୩ ବର୍ଷ ବୟସରେ ରାଜନୀତି ମୈଦାନକୁ ଓହ୍ଲାଇଥିଲେ । ଛୋଟିଆ ଘରେ ରୁହନ୍ତି ତାଙ୍କ ପରିବାର । ଗ୍ୟାସ୍ ସିଲିଣ୍ଡର ଡେଲିଭରୀ କରି ପରିବାର ଚଳାନ୍ତି । ପ୍ରଥମଥର ପାଇଁ ୨୦୦୦ ମସିହାରେ ବିହାର ବିଧାନସଭା ନିର୍ବାଚନ ପାଇଁ ଭରିଥିଲେ ନାମାଙ୍କନ । କିନ୍ତୁ କମ୍ ବୟସ ଥିବା ଯୋଗୁ ତାଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଯାଇଥିଲା । ଏହାପରେ ସେ ଲଗାତର ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ି ଆସୁଛନ୍ତି। 

ସୀମାଞ୍ଚଳର ଗାନ୍ଧୀ ଭାବରେ ଜଣାଶୁଣା ସ୍ୱର୍ଗତ ତସଲିମୁଦ୍ଦିନଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ ଛୋଟେଲାଲ । ସିଲିଣ୍ଡର ଡେଲିଭରୀ ବୟ ଛୋଟେଲାଲ ମାହାତୋ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୟଦ ଶାହନୱାଜ ହୁସେନଙ୍କ ସମେତ ଅନେକ ପ୍ରମୁଖ ରାଜନେତାଙ୍କ ବିରୋଧରେ ନିର୍ବାଚନ ଲଢ଼ିଛନ୍ତି । ଯଦିଓ ସେ ଏପର୍ଯ୍ୟନ୍ତ ସଫଳ ହୋଇନାହାଁନ୍ତି, ତଥାପି ସେ ହାର ମାନିନାହାନ୍ତି । ​​​​​​​

Latest and Breaking News on NDTV​​​​​​​

ଚଳିତ ଥର ବି ସେ କିସାନଗଞ୍ଜରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ । ତାଙ୍କ କହିବା କଥା, ଜନସାଧାରଣ ତାଙ୍କୁ ବହୁତ ସାହାଯ୍ୟ କରନ୍ତି । ଚାନ୍ଦା ଯୋଗଡ଼ କରି ତାଙ୍କୁ ପ୍ରାର୍ଥୀ କରନ୍ତି। ସେ ଲୋକଙ୍କ ଘରେ ଗ୍ୟାସ ସିଲିଣ୍ଡର ପହଞ୍ଚାଉଛନ୍ତି । ଲୋକମାନେ ତାଙ୍କ ଭଳି ନେତା ଚାହାଁନ୍ତି । ଏଥର ସେ ନିଶ୍ଚିତ ଭାବେ ସଫଳ ହେବେ । ଜନସାଧାରଣ ତାଙ୍କୁ ଭୋଟ ଦେଇ ନିଶ୍ଚିତ ବିଜୟ କରାଇବେ ବୋଲି ଦୃଢ଼ ବିଶ୍ବାସ ରହିଛି । ଯଦି ସେ ଏଥର ନିର୍ବାଚନରେ ଜିତନ୍ତି ତେବେ ଗରିବ ଲୋକଙ୍କ ଆଖିରୁ ଲୁହ ପୋଛିବା ସହିତ, ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କାମ କରିବେ ବୋଲି ଛୋଟେ ଲାଲ କହିଛନ୍ତି।