ମୁମ୍ୱାଇ – ସଲମାନ ଖାନଙ୍କୁ ଲଗାତାର ମିଳୁଥିବା ଧମକ ପରେ ବିଗ୍‌ ବସ୍‌ର ପ୍ରଯୋଜକମାନେ ଅଭିନେତାଙ୍କ ସୁରକ୍ଷାରେ ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। କୁହାଯାଉଛି ଯେ,ଯେଉଁ ଦିନ ୱିକେଣ୍ଡର ୱାର ସୁଟିଂ ହୁଏ , ସେହି ସମୟରେ ସେଟ୍‌ରେ ଲାଇଭ୍‌ ଅଡିୟନ୍ସକୁ ଉପସ୍ଥିତ ରହିବାକୁ ଅନୁମତି ହୋଇ ନଥାଏ। ଗତ କିଛି ସିଜନରେ ଲାଇଭ୍‌ ଅଡିୟାନ୍ସ ଶୋ’ର ସଦସ୍ୟ ପାଲଟି ଯାଇ ଥିଲେ। କିନ୍ତୁ ଚଳିତ ସିଜନରେ ଅଧିକ ସାବଧାନତା ଅବଲମ୍ୱନ କରାଯାଇଛି। ଏଣ୍ଡେମୋଲ ଶାଇନ୍ ଇଣ୍ଡିଆର ସିଇଓ ଋଷି ନେଗି ଏହି ବିଷୟରେ କହିଛନ୍ତି।

ଋଷି ନେଗି ନିକଟରେ ଇଣ୍ଡିଆନ ଏକ୍ସପ୍ରେସ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ସଲମାନ ଖାନଙ୍କ ସୁରକ୍ଷା ଉପରେ କହିଛନ୍ତି , ଆମର ୱାର୍କସ୍ପେସ୍‌ରେ ପାଖାପାଖି ୬୦୦ଜଣ ଲୋକ ଅଛନ୍ତି। ୩ଟି ଶିଫ୍ଟ ଅଛି ଏବଂ ଆମେ ସପ୍ତାହର ଟ୍ୱେଣ୍ଟି ଫୋର ଆୱାର କାମ କରୁ। ଅଫିସ୍‌ ସ୍ପେସ୍‌ରେ ଯଥେଷ୍ଟ ସଂଖ୍ୟାରେ ମହିଳା ବି ଅଛନ୍ତି। ଯେବେ କଣ୍ଟେଣ୍ଟ ସୁରକ୍ଷା ଓ ଅନ –ଗ୍ରାଉଣ୍ଡ ଲିଜିଷ୍ଟିକ୍ସର କଥା ଆସେ , ତ ଆମେ କେବେ ସାଲିସ୍‌ କରୁ ନାହୁଁ। ଉଭୟ ହିଁ ପ୍ରାଥମିକତା।

ଋଷି ନେଗି ଆହୁରି କହିଛନ୍ତି , ଗତ ଅଢେଇ ବର୍ଷ ମଧ୍ୟରେ , ସଲମାନ ଖାନଙ୍କୁ ମିଳୁଥିବା ଧମକ କାରଣରୁ ଆମେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଛୁ। ଏବେ ଯେତେବେଳେ ସଲମାନ ଖାନଙ୍କ ଶୋ’ରେ ଥାନ୍ତି , ତ ଆମକୁ ଲାଇଭ୍‌ ଅଡିୟାନ୍ସ ମିଳନ୍ତି ନାହିଁ । ଏହାସହ, ଶୋ’ରେ ଆସୁଥିବା ଲୋକଙ୍କ ପାଇଁ ବହୁତ କଡ଼ା ପ୍ରୋଟୋକଲ ସବୁ ଅଛି। ଆମେ ଯେଉଁ ଲୋକଙ୍କୁ ମଧ୍ୟ କାମରେ ରଖୁ , ସେ ସ୍ଥାୟୀ ହୁଅନ୍ତୁ ବା ଅସ୍ଥାୟୀ ଆମେ ତାଙ୍କ ବ୍ୟାକଗ୍ରାଉଣ୍ଡର କଡ଼ା ଯାଞ୍ଚ କରିଥାଉ।

କହି ରଖୁଛୁ କି ,କିଛି ବର୍ଷ ହେବ ଅନେକ ଥର ଜୀବନରେ ମାରିବାକୁ ଧମକ ଦିଆଯାଇ ସାରିଛି। ଏମିତି କି ଗତ ବର୍ଷ ଅପ୍ରେଲରେ ଅଭିନେତାଙ୍କ ଘରେ ଫାୟରିଂ ମଧ୍ୟ କରାଯାଇ ଥିଲା।ଏହି ସ୍ଥିତିରେ ତାଙ୍କର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ସଲମାନ ଯୁଆଡେ ବି ଯାଆନ୍ତି ତାଙ୍କ ସହ ତାଙ୍କର ପର୍ସନାଲ ସିକ୍ୟୁରିଟି ବ୍ୟତୀତ କନଷ୍ଟେବଲ ମଧ୍ୟ ଥାନ୍ତି।