ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ଆଉ ଜଣେ ଷଡଯନ୍ତ୍ରକାରୀ ଗିରଫ

Published By : Prameya-News7 Bureau | March 28, 2024 IST

ବେଙ୍ଗାଲୁରୁ ୨୮।୩: ଏନଆଇଏ ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ପୋରଣ ମାମଲାରେ ଗୁରୁବାର ଆଉ ଜଣକୁ ଗିରଫ କରିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଏହି ମାମଲାରେ ମଜମ୍ମିଲ ଶରିଫ ନାମକ ବ୍ୟକ୍ତିକୁ ଗିରଫ କରିଛି। ଏଥି ପାଇଁ ଏନଆଇଏ କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତର ପ୍ରଦେଶର ୧୮ଟି ସ୍ଥାନରେ ଚଢଉ କରିଥିଲା। ଏହି ଚଢଉରେ ମୁଜମ୍ମିଲକୁ ଗିରଫ କରାଯାଇଥିବା ଏନଆଇଏ ଅଧିକାରୀ ଗୁରୁବାର କହିଛନ୍ତି। 


ଏନଆଇଏ କହିଛି ଯେ ବିସ୍ଫୋରଣରେ ଲିପ୍ତ ଫେରାର ଅଭିଯୁକ୍ତମାନଙ୍କ ଗିରଫ ପାଇଁ ପ୍ରୟାଶ ଜାରି ରହିଛି। ଏହି ମାମଲାରେ ଏନଆଇଏ ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ରହସ୍ୟ ଉଦଘାଟନ ନିମନ୍ତେ ଉଦ୍ୟମ ଜାରି ରଖିଛି। ରାମେଶ୍ୱର କାଫେ ବିସ୍ପୋରଣ ମାମଲାରେ ଯାଞ୍ଚ କରୁଥିବା ଏନଆଇଏ ଗୁରୁବାର ଜାରି ବୟାନରେ ଏଥି ପାଇଁ ବୁଧବାର ୩ ରାଜ୍ୟର ଅନେକ ସ୍ଥାନରେ ଚଢଉ କରାଯାଇଥିବା କହିଛି। 


ତଦନ୍ତକାରୀ ଟିମ୍‌ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଥିବା ଦାବି କରୁଛି। ଏଥି ପାଇଁ ତଦନ୍ତକାରୀ ଟିମ୍‌ କର୍ଣ୍ଣାଟକର ୧୨, ତାମିଲନାଡୁର ୫ ଓ ଉତ୍ତରପ୍ରଦେଶର ଗୋଟିଏ ଠିକଣାରେ ଚଢଉ କରାଯାଇଥିଲା। ମୋଟ ୧୮ଟି ସ୍ଥାନରେ ଚଢଉ ପରେ ମଜମ୍ମିଲ ଶରିଫକୁ ସହଯୋଗୀ ଷଡ଼ଯନ୍ତ୍ରକାରୀ ରୂପେ ଗିରଫ କରାଯାଇଥିବା କୁହାଯାଇଛି। ତାକୁ ଏବେ ପଚରା ଉଚରା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.