ଭୁବନେଶ୍ୱର ୧୩।୦୫ : ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୧୧ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ନୂଆପଡ଼ାରେ ସର୍ବାଧିକ ୨୭. ୮୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ରାୟଗଡ଼ାରେ ସର୍ବନିମ୍ନ ୨୧ ପ୍ରତିଶତ ଭୋଟିଂ ହୋଇଛି । ବାକି ମୋହନାରେ ୨୧.୪୭ ପ୍ରତିଶତ , ନବରଙ୍ଗପୁରରେ ୨୧.୫୦ ପ୍ରତିଶତ, ନର୍ଲାରେ ୨୬.୪୬ ପ୍ରତିଶତ, ପାରଳାଖେମୁଣ୍ଡିରେ ୨୨.୬୪ ପ୍ରତିଶତ, ପଟାଙ୍ଗାରେ ୨୪, ୮୧ ପ୍ରତିଶତ, ଉମରକୋଟରେ ୨୬.୨୦ ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି ।
ସୂଚନାଯୋଗ୍ୟ ଯେ, ଆଜି ମେ ୧୩ ତାରିଖ। ଓଡିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ। ଓଡ଼ିଶାର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ଏଥିପାଇଁ ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ଆଜି ଯେଉଁ ୪ ଲୋକସଭା ଆସନରେ ମତଦାନ ହେଉଛି ସେଗୁଡ଼ିକ ହେଉଛି ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ। ଆଜି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିରେ ହେଉଛି ଭୋଟ ଗ୍ରହଣ।
ସେହିପରି କଳାହାଣ୍ଡି ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ହେଉଛି ମତଦାନ। ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି, ଚତ୍ରକୋଣ୍ଡାରେ ମତଦାନ। ଏବଂ କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଗୁଣୁପୁର, ବିଷମ କଟକ,ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ହେଉଛି ମତଦାନ।