ଜଟଣୀ ୦୭।୦୯ :  ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଆଜି ଭସାଣୀ ଉତ୍ସବ। ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଥିଲା ଏହି ପୂଜା। ୧୧ ଦିନ ଉତ୍ସବ ମୁଖର ହୋଇଉଠିଥିଲା ଜଟଣୀ ସହର। ଆଜି ଭସାଣୀ ପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମସ୍ତ ମେଢ଼ ସ୍ଥାନୀୟ ସୀତାରାମ ଛକରେ ପହଞ୍ଚି ଆଗପଛ ହୋଇ ଧାଡ଼ିରେ ମୁଖ୍ୟ ରାସ୍ତା ଦେଇ ବିସର୍ଜନ ସ୍ଥଳକୁ ଶୋଭାଯାତ୍ରାରେ ଯିବେ। ୪୦ ମଣ୍ଡପର ମେଢ଼ ବାଜା, ରୋଷଣୀ, ନୃତ୍ୟ ଗୀତରେ ଦୁଲୁକିବ ସାରା ଜଟଣୀ ସହର। ଶନିବାର ମଣ୍ଡପରେ ଗଜାନନଙ୍କୁ ଶେଷ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁl ଜଟଣୀ ସହରେ ଛୋଟ ବଡ ୨ଶହରୁ ଅଧିକ ପୂଜାମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନରାଜ। ଗୋପବନ୍ଧୁ ଛକ ପୂଜା ମଣ୍ଡପରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଜାନନଙ୍କ ୬୦କିଲୋ ଲଡ଼ୁ ନିଲାମ ହୋଇଥିଲା l ଏହି ଲଡୁକୁ ରେବଲ୍ ଗ୍ରୁପ ଜଟଣୀ ୭୫ହଜାର ଟଙ୍କାରେ ନେଇଥିଲା।