ଭଦ୍ରକ ୨୯।୧୦ : ଭଦ୍ରକର ଐତିହାସିକ କାଳୀପୂଜା । ଅନ୍ତିମ ଦିନରେ ବିଦାୟ ନେଲେ ମା କାଳୀ । ଚରମ୍ପା ଠାରେ ସମସ୍ତ ମଣ୍ଡପରୁ ମାଙ୍କୁ ଶୋଭାଯାତ୍ରାରେ ଅଣାଯାଇଛି । ସମସ୍ତ ମଣ୍ଡପରୁ ଠାକୁର ଆସି ଚରମ୍ପା ଷ୍ଟେସନ ସମ୍ମୁଖରେ ଏକଜୁଟ ହୋଇଛନ୍ତି । ପରେ ସମସ୍ତ ମେଢ ଏକଜୁଟ ହୋଇ ଶୋଭାଯାତ୍ରାରେ ବାହାରି ଚରମ୍ପା ଅଞ୍ଚଳ ପରିକ୍ରମା କରିବ । ଏହି ପରିକ୍ରମା ପରେ ଏକ ଅସ୍ଥାୟୀ ପୋଖରୀରେ ମାଙ୍କୁ ବିସର୍ଜନ କରାଯିବ । ଏଥର ଭସାଣି ଶୋଭାଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ଏଥର ବର୍ଷା ପାଇଁ ଭସାଣୀ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ସହ ମା କାଳୀଙ୍କୁ ବିଦାୟ ଦେଇଛନ୍ତି ପୂଜା କମିଟି । ​​​​​​​