ଭଦ୍ରକ: ଲଗାଣ ବର୍ଷାରେ ଉବୁଟୁବୁ ଭଦ୍ରକ ସହର। ଜିଲ୍ଲାର ସମସ୍ତ ନଦୀରେ ବନ୍ୟାଜଳ ବଢ଼ୁଥିବା ବେଳେ ସହରାଞ୍ଚଳରେ ବି ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତକାଲି ରାତିତମାମ ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ଘରେ ଘରେ ପଶିଛି ବର୍ଷା ପାଣି।

ଭଦ୍ରକରେ ବାବା ଲୋକନାଥଙ୍କ ମନ୍ଦିର ମଧ୍ୟ ବନ୍ୟା ପାଣିରୁ ବର୍ତ୍ତି ପାରିନାହିଁ। ମନ୍ଦିର ଓ ଭଣ୍ଡାର ଘରେ ପାଣି ପଶିଯାଇଥିବା ବେଳେ ବର୍ଷା ପାଣିରେ ବାବା ଲୋକନାଥ ସମ୍ପୂର୍ଣ୍ଣ ବୁଡ଼ି ରହିଛନ୍ତି। ଫଳରେ ଠାକୁରଙ୍କ ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି। ଏପରିକି ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ପାଣିରେ ଭାସୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ ଜମିଥିବା ବର୍ଷା ପାଣିର ଦୃଶ୍ୟ। ତଳିଆ ଅଞ୍ଚଳରେ ଘର ଭିତରେ ପାଣି ପଶିଥିବା ଦୃଶ୍ୟ। ବାବା ଲୋକନାଥ ମନ୍ଦିରରେ ପାଣି ଜମିଥିବା ଏବଂ ମନ୍ଦିର ପରିସରରେ ପାଣିର ସ୍ଥିତି।

ବର୍ଷା ଯେତିକି ବଢ଼ୁଛି, ଭଦ୍ରକ ସହରର ସ୍ଥିତି ସେତିକି ସଙ୍ଗିନ ହେଉଛି। ରାତିତମାମ ଲଗାଣ ବର୍ଷା ପରେ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ତଳିଆ ଅଞ୍ଚଳରେ ଘର ଭିତରକୁ ପଶିଛି ବନ୍ୟା ପାଣି। ରାସ୍ତାଘାଟରେ ବି ଲହଡ଼ି ଭାଙ୍ଗୁଛି ବର୍ଷା ଜଳ। ବାବା ଲୋକନାଥଙ୍କ ମନ୍ଦିର ଭିତର ଓ ବାହାରର ପାଣି ଦୃଶ୍ୟ। ଠାକୁରଙ୍କ ବୁଡ଼ି ରହିଥିବା ଦୃଶ୍ୟ। ପାଣିରେ ଭାସୁଥିବା ପୂଜା ସାମଗ୍ରୀର ଦୃଶ୍ୟ।

ସବୁଠାରୁ ଚିନ୍ତାଜନକ ଦୃଶ୍ୟ ଭଦ୍ରକର ବାବା ଲୋକନାଥ ମନ୍ଦିରର। ମନ୍ଦିର ଓ ଭଣ୍ଡାର ଘରେ ବନ୍ୟା ପାଣି ପଶିଯାଇଛି। ବର୍ଷା ପାଣିରେ ବାବା ଲୋକନାଥ ସମ୍ପୂର୍ଣ୍ଣ ବୁଡ଼ି ରହିଛନ୍ତି। ପାଣି ଜମିଥିବାରୁ ଠାକୁରଙ୍କ ନୀତିକାନ୍ତି ବି ବାଧାପ୍ରାପ୍ତ ହୋଇଛି। ଅଳଙ୍କାର ଓ ପୂଜା ସାମଗ୍ରୀ ପାଣିରେ ଭାସୁଥିବା ଦୃଶ୍ୟ ଭକ୍ତଙ୍କୁ ବ୍ୟଥିତ କରିଛି। ଜଳବନ୍ଦୀ ଲୋକଙ୍କ ଦୃଶ୍ୟ, ରାସ୍ତାରେ ପାଣି, ନାଳରେ ଜଳ ପ୍ରବାହ, ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା।

ତେବେ ଏହି କୃତ୍ରିମ ବନ୍ୟା ପାଇଁ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଲୋକଙ୍କ ଅଭିଯୋଗ, ସହରର ନାଳଗୁଡ଼ିକ ଠିକ୍ ଭାବେ ସଫେଇ ହେଉନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଏହା ସାଙ୍ଗକୁ ଜବରଦଖଲ ଉଚ୍ଛେଦ ନହେବା ମଧ୍ୟ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ଏବେ ଲଗାଣ ବର୍ଷା ମଧ୍ୟରେ ଭଦ୍ରକ ସହରରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ବର୍ଷା ଥମିବା ଏବଂ ଜମିଥିବା ପାଣି ନିଷ୍କାସନ ନହେବା ପର୍ଯ୍ୟନ୍ତ ଏହି ଜଳବନ୍ଦୀ ସ୍ଥିତିରୁ ଲୋକଙ୍କୁ କେବେ ମୁକ୍ତି ମିଳିବ, ତାହା ଉପରେ ଏବେ ନଜର।