LIVE TV

ମନ୍ଦିର ପାଖରେ ଅଣ ହିନ୍ଦୁ ପ୍ରସାଦ ବିକିଲେ ମାଡ଼ ମାର: ସ୍ୱାଧ୍ୱୀ ପ୍ରଜ୍ଞା ଠାକୁର

NEWS7
pragyan thakur

ଭୋପାଳ : ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କର ଏକ ବିବୃତ୍ତି ଏବେ ଚର୍ଚ୍ଚାରେ । ସେ ବିଶ୍ୱ ହିନ୍ଦୁ ପରିଷଦର ଏକ କାର୍ଯ୍ୟକ୍ରମରେ ମନ୍ଦିର ନିକଟରେ ପ୍ରସାଦ ବିକାଳିଙ୍କ ଉପରେ ନଜର ରଖିବାକୁ କହିଛନ୍ତି । ଯଦି କେହି ଅଣ ହିନ୍ଦୁ ପ୍ରସାଦ ବିକ୍ରି କରିବା ଦେଖାଯାନ୍ତି, ତ ତାଙ୍କୁ ଯଥା ସମ୍ଭବ ମାଡ଼ ମାରି ସରକାରଙ୍କୁ ହସ୍ତାନ୍ତର କରିବାକୁ କହିଛନ୍ତି ।

ଭୋପାଳର ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ରବିବାର ନିଜର ଏକ ବୟାନ ଦେଇ ବିବାଦ ଠିଆ କରି ଦେଇଛନ୍ତି । ସେ ଭୋପାଳରେ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି)ର ଏକ କାର୍ଯ୍ୟକ୍ରମରେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ଯେ , ସେ ଗ୍ରୁପ୍ କରି ଯାଞ୍ଚ କରନ୍ତୁ କି ମନ୍ଦିର ଆଖପାଖରେ କିଏ ପ୍ରସାଦ ବିକ୍ରୟ କରୁଛନ୍ତି । ଯଦି ପ୍ରସାଦ ବିକ୍ରି କରୁଥିବା ବ୍ୟକ୍ତି ହିନ୍ଦୁ ନୁହନ୍ତି ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ପ୍ରଜ୍ଞା ଠାକୁର କହିଥିଲେ ଯେ, ଯଦି ଆପଣଙ୍କୁ କେହି ଅଣ-ହିନ୍ଦୁ ପ୍ରସାଦ ବିକ୍ରି କରିବାର ଦେଖାଯାଏ ତ ତାଙ୍କୁ ଯେତେ ସମ୍ଭବ ମାଡ଼ ମାରିବା କଥା ମାର ଏବଂ ପୁଣି ସରକାରଙ୍କ ଦାୟିତ୍ୱରେ ଦେଇ ଦିଅ । ସେ ଆହୁରି କହିଥିଲେ ଯେ, ଶ୍ରଦ୍ଧାଳୁଙ୍କୁ ଅଣ-ହିନ୍ଦୁ ବିକ୍ରେତାଙ୍କ ଠାରୁ ପ୍ରସାଦ କିଣିବା ପାଇଁ ମନା କରି ଦେବା ଉଚିତ୍ ଏବଂ ତାଙ୍କୁ ଏହାକୁ ବିକ୍ରି କରିବା କିମ୍ୱା ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେବା ଉଚିତ ନୁହେଁ ।

ସେ ଘରକୁ ସଶସ୍ତ୍ର କରିବା କଥା ଦୋହରାଇ କହିଛନ୍ତି ଯେ, ମୁଁ କହିଥିଲି ଯେ, ଆପଣଙ୍କୁ ନିଜ ଘରେ ଅସ୍ତ୍ରଶସ୍ତ୍ର ରଖିବା ଉଚିତ୍ । ମୁଁ ଅନୁରୋଧ କରୁଛି କି ଧାରୁଆ ଅସ୍ତ୍ର ରଖା ଯାଉ, ଯାହାକି ପରିବାର ନିଜର ସୁରକ୍ଷା କରିପାରିବ । ସେ ଆହୁରି କହିଛନ୍ତି ଯେବେ ଆମ ଝିଅ ଓ ଭଉଣୀଙ୍କୁ ଘରୁ ଅପହରଣ କରି ନିଆଯାଏ, ତାଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରି ପକାଇ ଦିଆଯାଏ, ଆମକୁ ବହୁକ କଷ୍ଟ ହୋଇଥାଏ । ଏହି କଷ୍ଟକୁ ଦୂର କରିବା ପାଇଁ ଯେବେ ଶତ୍ରୁ ଆପଣଙ୍କ ଘରର ଦ୍ୱାର ଦେଶ ଅତିକ୍ରମ କରିବାକୁ ଚେଷ୍ଟା କରେ ସେବେ ଆପଣ ତାଙ୍କୁ ମଝିରେ କାଟି ଦେବା ଉଚିତ୍ । ଦୁର୍ଗା ବାହିନୀର କାମ ପ୍ରତି ଘରେ ଜଣେ ଜଣେ ଦୁର୍ଗା ସୃଷ୍ଟି କରିବାର ଅଛି । ପ୍ରତି ଘରେ ଅସ୍ତ୍ରଶସ୍ତ୍ର ରଖି ଆହ୍ୱାନ କରିବାର ଅଛି । ପ୍ରତି ଘରେ ନିୟମ ଓ ଆଇନର ପାଳନ କରିବାର ଅଛି, କାରଣ ଏହି ଦେଶ ଆମର । ପ୍ରଜ୍ଞା ଠାକୁର ନିଜର ଭାଷଣରେ ରାଷ୍ଟ୍ରବାଦ ବିଷୟ କଥା ଉଲ୍ଲେଖ କରିଛନ୍ତି । ଏହାସହ ସେହି ଲୋକଙ୍କ ସମାଲୋଚନା କରିଛନ୍ତି, ଯେଉଁମାନେ ରାଷ୍ଟ୍ରର ସାଂସ୍କୃତିକ ପରମ୍ପରା ଗୁଡ଼ିକୁ ବିଫଳ ବୋଲି କହିଛନ୍ତି।