ପୁରୀ ୦୪/୦୯: ଆଜି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥୀ । ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ଜନ୍ମ ହୋଇଥିଲେ ବାମନ । ଏଣୁ ଏହି ସ୍ମୃତିକୁ ନେଇ ଦ୍ୱିପ୍ରହର ଧୂପପରେ ଶ୍ରୀମନ୍ଦିରରେ ଏହି ଜନ୍ମ ନୀତି  ପାଳିତ ହୋଇଥାଏ । ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି। ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ପୂଜପଣ୍ତା ସାମନ୍ତ ବାବନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି।

ଏହାଛଡ଼ା ଆଜି ମଧ୍ୟ ଗରୁଡ ପାର୍ଶ୍ଵ ପରିବର୍ତ୍ତନ ନୀତି ଶ୍ରୀମନ୍ଦିରରେ ପାଳିତ ହେଉଛି। ସେପଟେ ଆଜି ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ। ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି। ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିବେ।