News7 Logo

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ, ବାମନ ରୂପୀ ବାଳକ ବେଶରେ ଦର୍ଶନ ଦେବେ ମହାପ୍ରଭୁ

NEWS7
Bali baman niti

ପୁରୀ ୦୫/୦୯: ଗୁରୁବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ। ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ। ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ। ଏହା ସହ ଗରୁଡ଼ ପାର୍ଶ ପରିବର୍ତନର ସ୍ୱତନ୍ତ୍ର ନିତି ଅନୁଷ୍ଠିତ ହେବ।

ଆଜି ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ। ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ ଅଳଙ୍କାର ବିଭୁଷୀତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ଶହ ଶହ ବର୍ଷ ଧରି ମହାପ୍ରଭୁଙ୍କ ବଳିବାବନ ବେଶ ଅନୁଷ୍ଠିତ ହୋଇଆସୁଛି।​​​​​​​

ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଶହ ଶହ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ମହାପ୍ରଭୁ ଶ୍ରୀ  ବାମନ ରୁପରେ ଜନ୍ମ ନେବାପରେ ତାପରଦିନ  ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଆଜି ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥାନ୍ତି । ଅଗ୍ରଜ  ଶ୍ରୀ ବଳଭଦ୍ର ଦେବ କାମପାଳ ବଳୀରାଜା ବେଶ ରେ  ଶ୍ରୀ ହସ୍ତରେ ଧନୁ ଓ ଶର ଧାରଣ କରିଥାନ୍ତି । 

ମଧ୍ୟାନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଧାରଣ କରିଥାନ୍ତି। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ ହୁଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି ହୋଇଥାଏ । ଏହା ଭସ୍ମରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ ହୁଏ । ଏକ କିରୀଟ ମସ୍ତକ ଉପରେ ଶୋଭା ପାଇ ଥାଏ ନାଗପୁରୀ ଜୁକ୍ତ ଧଳା ଦେହରେ କଳା ରଙ୍ଗର ଧଡି ଜୁକ୍ତ ଲୁଗା କୁ ଅତିଭ ଭାବରେ ଦୋକଛା ମରାହୋଇ ପିନ୍ଧିଥାନ୍ତି ମହାପ୍ରଭୁ ।

ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁଙ୍କୁ ଭୂଷିତ କରାଯାଇଥାଏ । ସତ୍ୟ ଯୁଗ ରେ ଯେଉଁପରି ଭାବରେ ବାମନ ଆବିର୍ଭାବ ହୋଇଥିଲେ ମାହାପ୍ରଭୁଙ୍କୁ ଠିକ ସେହିପରି ଭାବରେ ବେଶ ଲାଗି କାରାଯାଇଥାଏ । ଏହାକୁ ବଳିବାମନ ବେଶ ବୋଲି କୁହାଜାଏ ।

ବାମନ ବେଶ ରେ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଅଳଙ୍କାର ସବୁ ଲାଗିକାରାଯାଏ ସ୍ବର୍ଣ୍ଣ ର ଶ୍ରୀ ପୟର , କିରିଟ , ଶ୍ରୀ ଭୁଜ ,  ଆଡକାନୀ, ସୂର୍ଯ୍ୟ, ଚନ୍ଦ୍ର , ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି , କଦମ୍ବ ମାଳି , ହରିଡା ମାଳି ,  ସେବତୀ ମାଳି, ଚନ୍ଦ୍ରିକା,  ତିଳକ ଶ୍ରିମୁଖ ପଦ୍ମ , ଅଳକା , ତଡକି,  କୁଣ୍ଡଳ ଏବଂ ଓଡିଆଣି ଏ ସମସ୍ତ ସ୍ବର୍ଣ୍ଣ ଅଳଙ୍କାରରେ ଠାକୁରଙ୍କୁ ସଜେଇ ଦିଆଯାଏ ଏବଂ ଅତିବ ଚିତା କର୍ଷକ ବଳିବାମନ ବେଶ ରେ ସଜ୍ଜିତ ହୋଇଥାନ୍ତି ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିଥାଏ  ।