ଭୁବନେଶ୍ବର ୧୧ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ । ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ପ୍ରାୟ ୧୦୦କୋଟି ଟଙ୍କାର ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ସରକାରଙ୍କ ପରିଯୋଜନା । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ସମୀକ୍ଷା ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବୈଠକ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନରଙ୍କ ସହ ଅନ୍ୟ ଅଧିକାରୀ ।

ବଳଦେବଜୀଉ ପ୍ରକଳ୍ପ ନେଇ ପୂର୍ବରୁ ୩ରୁ ୪ଥର ବୈଠକ ହୋଇଛି । ମନ୍ଦିରର ସେବକ, ଟ୍ରଷ୍ଟ ବୋର୍ଡ, ସ୍ଥାନୀୟ ଲୋକ ଏବଂ ଜନ ପ୍ରତିନିଧିଙ୍କ ସହ ବି ଆଲୋଚନ ହୋଇଛି । ଖୁବ୍‌ଶୀଘ୍ର ପ୍ରକଳ୍ପ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ବୈଠକରେ ସାଂସଦ ମଧ୍ୟ ତାଙ୍କର ମତାମତ ରଖିଛନ୍ତି । ଖୁବ୍‌ଶୀଘ୍ର ସୌନ୍ଦର୍ଯ୍ୟକରଣ ଏବଂ ଆନୁସଙ୍ଗୀକ ଭିତ୍ତିଭୂମି ବାବଦକୁ ପ୍ରାୟ ୧୦୦ କୋଟିର ପ୍ରକଳ୍ପ ହୋଇପାରେ । ଖୁବ୍‌ଶୀଘ୍ର ଏହାର ଫାଇନାଲ୍ ଡିପିଆର ପ୍ରସ୍ତୁତ ହେବ । ଚଳିତ ଆର୍ଥିକ ବର୍ଷ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।