ନୂଆଦିଲ୍ଲୀ: ଜାଗା ବାଛିଲେ, ଲିଡର୍ ବି ବାଛିଲେ । ତାରିଖ ବି ହେଲା ଫାଇନାଲ। ୨୧ ଘଣ୍ଟା ଧରି ପିସ୍ ଟକ୍ । କିନ୍ତୁ ଆଲୋଚନାର ରେଜଲ୍ଟ ଜିରୋ । ବାହାରିଲାନି ନିର୍ଷର୍ସ। ନଇଁଲାନି ଇରାନ, ମାନିଲାନି ଆମେରିକା। ଏବେ ପୁଣି ହେବ ଘମାଘୋଟ ଯୁଦ୍ଧ। ଇସ୍ଲମାବାଦରେ ଚାଲିଥିବା ଆମେରିକା-ଇରାମ ଶାନ୍ତି ଆଲୋଚନା ଫେଲ୍ ମାରିଛି । ଉଭୟ ଦେଶ ନିଜ ନିଜ ଜିଦରେ ଅଟଳ । ଆମେରିକା କହୁଛି ଇରାନର ସବୁ ସର୍ତ୍ତ ମାନି ହେବନି । ଇରାନ କହୁଛି ଆମେରିକାର ସବୁ କଥା ଶୁଣିହେବନି।

୩୮ ଦିନର ଘମାଘୋଟ ଯୁଦ୍ଧ ପରେ ଯୁଦ୍ଧବିରତି। ଏବେ କିନ୍ତୁ ଶାନ୍ତି ଆଲୋଚନା ବିଫଳ। ଆମେରିକା ରଖିଲା ୧୫ ସର୍ତ୍ତ। କିନ୍ତୁ ଇରାନର ୪ ସର୍ତ୍ତ ଉପରେ ଥିଲା ସାରା ବିଶ୍ୱର ନଜର।  1. ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ। 2. ପରମାଣୁ କାର୍ଯ୍ୟକ୍ରମ। 3. ଇରାନ ଉପରେ ଜାରି କଟକଣା ଉଠାଇବା। 4. ଇରାନ ଏବଂ ଏହାର ସହଯୋଗୀଙ୍କ ବିରୁଦ୍ଧରେ ଯୁଦ୍ଧକୁ ସମ୍ପୂର୍ଣ୍ଣ ସମାପ୍ତ କରିବା। ଏହି ସର୍ତ୍ତରେ ରାଜି ହୋଇନଥିଲା ଆମେରିକା।

ପିସ୍ ଟକ୍ ଫେଲ ହେବା ପରେ ଆମେରିକା ଫେରିଛନ୍ତି ଉପରାଷ୍ଟ୍ରପତି ଜେଡି ଭାନ୍ସ। କହିଛନ୍ତି ଆଲୋଚନା ନିଷ୍କର୍ସ ନବାହାରିବା ଇରାନ ପାଇଁ ଶୁଭ ସଙ୍କେତ ନୁହେଁ। ଇରାନ ବି ରଖିଛି ଜବାବ। ଆମେରିକାର କଠୋର ସର୍ତ୍ତକୁ ମାନିହେବନି। ଇରାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି, "ଆମେରିକାର ନିର୍ଯାତନାର ଅଭିଜ୍ଞତାକୁ ଆମେ ଭୁଲିନାହୁଁ ଏବଂ କେବେ ବି ଭୁଲିବୁ ନାହିଁ। ଆମେ ଯୁଦ୍ଧ ସମୟରେ ସେମାନଙ୍କ ଏବଂ ଯିୟୋନିଷ୍ଟ ଶାସନର ଜଘନ୍ୟ ଅପରାଧକୁ କେବେ କ୍ଷମା କରିବୁ ନାହିଁ।

ଏହି ସମୟରେ, ଘାନାରେ ଥିବା ଇରାନୀ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି, "ଆମେରିକା ସେମାନଙ୍କର ଉପରାଷ୍ଟ୍ରପତିଙ୍କୁ ବିଶ୍ୱର ଅଧା ରାସ୍ତା ଦେଇ ଇସଲାମାବାଦକୁ ଉଡ଼ାଇ ନେଇଥିଲା। 21 ଘଣ୍ଟା ଆଲୋଚନା। ସେମାନେ ଯୁଦ୍ଧ ମାଧ୍ୟମରେ ଯାହା ହାସଲ କରିପାରିବେ ନାହିଁ ତାହା ସବୁ ଦାବି କରିଥିଲେ। ଇରାନ ଏକ ବଡ଼ ନା କହିଲା। ଆଲୋଚନା ଶେଷ ହୋଇଛି। ପ୍ରଣାଳୀ ଏବେ ବି ବନ୍ଦ ଅଛି। ଏବଂ ଉପରାଷ୍ଟ୍ରପତି ଖାଲି ହାତରେ ଘରକୁ ଉଡୁଛନ୍ତି। କେବଳ ଇରାନର କଥା। ପୁଣି ଥରେ। ମୁହଁ ବଞ୍ଚାଇବା ପାଇଁ ସେମାନଙ୍କ ପାଖରେ କୌଣସି ବିକଳ୍ପ ବାକି ନାହିଁ।"

ଘାନାରେ ଥିବା ଇରାନୀ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରିଛି, "ଆମେରିକା ସେମାନଙ୍କର ଉପରାଷ୍ଟ୍ରପତିଙ୍କୁ ବିଶ୍ୱର ଅଧା ରାସ୍ତା ଦେଇ ଇସଲାମାବାଦକୁ ନେଇଥିଲା। 21 ଘଣ୍ଟା ଆଲୋଚନା। ସେମାନେ ଯୁଦ୍ଧ ମାଧ୍ୟମରେ ଯାହା ହାସଲ କରିପାରିବେ ନାହିଁ ତାହା ସବୁ ଦାବି କରିଥିଲେ। ଇରାନ ଏକ ବଡ଼ ନା କହିଲା। ଆଲୋଚନା ଶେଷ ହୋଇଛି। ପ୍ରଣାଳୀ ଏବେ ବି ବନ୍ଦ ଅଛି। ଏବଂ ଉପରାଷ୍ଟ୍ରପତି ଖାଲି ହାତରେ ଘରକୁ ଉଡୁଛନ୍ତି। କେବଳ ଇରାନର କଥା। ପୁଣି ଥରେ। ମୁହଁ ବଞ୍ଚାଇବା ପାଇଁ ସେମାନଙ୍କ ପାଖରେ କୌଣସି ବିକଳ୍ପ ବାକି ନାହିଁ।"

୨୮ ଫେବୃଆରୀ ୨୦୨୬ । ଇରାନ ଉପରେ ଘମାଘୋଟ ଆଟାକ। ଇରାନର ଜବାବ ଦେବା ପୂର୍ବରୁ ସବୁ ହୋଇଯାଇଥିଲା ଛାରଖାର୍ । ନିଜ ସୁପ୍ରିମ ଲିଡର ଆୟୋତୋଲ୍ଲା ଖାମନେଇକୁ ହରାଇ କ୍ରୋଧରେ ଜର୍ଜରିତ ଥିଲା IRGC । ଗୋଟିଏ ପଟେ ଆମେରିକା-ଇସ୍ରାଏଲ୍ ମିଳିତ ଆଟାକ, ଅନ୍ୟପଟେ ବଳଗୋଟାଇ ସୁପର ପାଓ୍ୱାରକୁ ମୁହଁତୋଡ଼ ଦେଉଛି ଇରାନ। ଅପ୍ରେଲ୍ ୭ ତାରିଖରେ ଟ୍ରମ୍ପ ଦେଇଥିଲେ ଚେତାବନୀ। ୪୮ ଘଣ୍ଟାର ଡେଡଲାଇନ। ନମାନିଲେ ଶେଷ ହୋଇଯିବ ଗୋଟିଏ ସଭ୍ୟତା।

ହେଲେ ଦିନକ ପରେ ଅର୍ଥାତ ଏପ୍ରିଲ ୮ ତାରିଖରେ ଆସିଲା ବଡ଼ ଟ୍ୱିଷ୍ଟ । ହଠାତ୍ ଏହି ଅଶାନ୍ତିର ମାୟାଜାଲରେ ଏଣ୍ଟ୍ରି ମାରିଲା ପାକିସ୍ତାନ । କହିଲେ ଆମେ ଶାନ୍ତି ପାଇଁ ଉଭୟ ଦେଶଙ୍କୁ ଏକାଠି କରି ଆଲୋଚନା କରିବୁ । ଆଉ ଏହାପରେ ଟ୍ରମ୍ପ ୨ ସପ୍ତାହ ପାଇଁ ଯୁଦ୍ଧରେ ଲଗାଇଲେ ବିରାମ । ଦୀର୍ଘ ଆଲୋଚନା ଏବଂ ତର୍କ ପରେ ବିଫଳ ହୋଇଛି ଶାନ୍ତି ଆଲୋଚନା। ଆଲୋଚନା ବିଫଳ ପରେ ଯୁଦ୍ଧ ଆହୁରି ଭୟଙ୍କର ରୂପ ନେଇପାରେ ବୋଲି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। ତେଣୁ ତୁରନ୍ତ କୁଟନୈତିକ ସ୍ତରରେ ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଛନ୍ତି।