ମୁମ୍ୱାଇ ୧୩/୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ଷ୍ଟାର ଇଣ୍ଡିଆନ୍ ଅଲରାଉଣ୍ଡର । ଦିଲ୍ଲୀ କ୍ୟାପିଟାଲ୍ସ (DC) ଅଧିନାୟକ ଅକ୍ଷର ପଟେଲ । ଅଧିନାୟକତ୍ୱ ନେଇ କରିଛନ୍ତି ଆଶ୍ଚର୍ଯ୍ୟଜନକ ଖୁଲାସା । ତାଙ୍କର ବିଶ୍ୱାସ ଯେ ଲୋକଙ୍କ ଚିନ୍ତାଧାରାରେ ଅଧିନାୟକତ୍ୱ ବିଷୟରେ ଅନେକ ଭୁଲ ଧାରଣା ରହିଛି । ସେ କୁହନ୍ତି ଯେ ଲୋକମାନେ ବ୍ୟକ୍ତିତ୍ୱ ଓ ଇଂରାଜୀ କହିବା କ୍ଷମତାକୁ ଅଧିନାୟକତ୍ୱର ମୁଖ୍ୟ ମାନଦଣ୍ଡ ବୋଲି ବିବେଚନା କରନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଗଣମାଧ୍ୟମ ଆଗରେ ଅକ୍ଷର ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେ ବ୍ୟାଖ୍ୟା କରିଥିଲେ ଯେ ଜଣେ ଖେଳାଳିଙ୍କ ବ୍ୟକ୍ତିତ୍ୱ ଓ ଇଂରାଜୀ କହିବା କ୍ଷମତାକୁ ପ୍ରାୟତଃ ତାଙ୍କ କ୍ରିକେଟ୍ ଦକ୍ଷତା ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଏ ।
ଅକ୍ଷର କହିଛନ୍ତି, “ଲୋକେ କୁହନ୍ତି, ସେ ଅଧିନାୟକ ହେବା ପାଇଁ ପ୍ରଜୁଯ୍ୟ ନୁହଁନ୍ତି । କାରଣ ସେ ଇଂରାଜୀ କହିପାରନ୍ତିନି । ସେ କିପରି ଯୋଗାଯୋଗ କରିବେ? ଜଣେ ଅଧିନାୟକଙ୍କ କାମ କେବଳ କହିବା ନୁହେଁ।

ଅଧିନାୟକଙ୍କ ପ୍ରକୃତ କାମ ହେଉଛି ତାଙ୍କ ଖେଳାଳିମାନଙ୍କୁ ଗଭୀର ଭାବରେ ବୁଝିବା । ସେମାନଙ୍କର ଶକ୍ତି ଓ ଦୁର୍ବଳତା ଜାଣିବା । ଏହାସହ ସେମାନଙ୍କଠାରୁ ସର୍ବୋତ୍ତମ ଲାଭ ଉଠାଇବା । ଜଣେ ଅଧିନାୟକଙ୍କୁ ଜାଣିବା ଉଚିତ ଯେ ତାଙ୍କ ପାଖରେ କେଉଁ ଖେଳାଳି ଅଛନ୍ତି । ସେମାନଙ୍କୁ କିପରି ବ୍ୟବହାର କରିବେ । ମ୍ୟାଚ୍ ପରିସ୍ଥିତିରେ କାହାକୁ ବଲ୍ ଦେବେ । ଏହା ତାଙ୍କର ସବୁଠାରୁ ବଡ଼ ଦାୟିତ୍ୱ। 

ଏହି ଆଲୋଚନାରେ, ଅକ୍ଷର ଜୋର ଦେଇଥିଲେ ଯେ ଅଧିନାୟକତ୍ୱ ଭାଷା କିମ୍ବା ବାହ୍ୟ ଦୃଶ୍ୟ ବିଷୟରେ ନୁହେଁ । ଦଳ ସହିତ ବୁଝିବା ଓ ସଂଯୋଗ କରିବା ବିଷୟରେ । ସେ କହିଛନ୍ତି, "ଜଣେ ଭଲ ଅଧିନାୟକ ତାଙ୍କ ଦଳ ପ୍ରତି ଗଭୀର ବୁଝାମଣା ଓ ସେମାନଙ୍କୁ ଏକତା ରଖିବାର କ୍ଷମତା ଦ୍ୱାରା ପରିଭାଷିତ ହୁଏ । କିନ୍ତୁ ଯେତେବେଳେ ଲୋକମାନେ କୁହନ୍ତି ଯେ 'ବ୍ୟକ୍ତିତ୍ୱ ରହିବା ଆବଶ୍ୟକ' । 'ଭଲ ଇଂରାଜୀ କହିବା ଆବଶ୍ୟକ', ଏସବୁ ସାଧାରଣ ଧାରଣା । ମୁଁ ଏହି ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ କରିଥିଲି ଏବଂ ବହୁତ ପ୍ରଶଂସା ପାଇଥିଲି। ମୁଁ ଭାବୁଛି ଏହା ଯେତେ ଅଧିକ ହେବ, ସମୟ ସହିତ ଧାରଣା ସେତେ ପରିବର୍ତ୍ତନ ହେବ।