ଗଜପତି ୯।୬: ପୁଣି ଘାଟିରେ ଭାରସାମ୍ୟ ହରାଇଲା ଅଟୋ । ଘାଟି ତଳକୁ ଖସି ପଡ଼ିବା ଯୋଗୁଁ ୬ରୁ ଅଧିକ ଆହତ । ଆହତ ମାନେ ସମସ୍ତେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତେ ଗୋଟିଏ ପରିବାରର ।

ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ପୁରୁଷୋତ୍ତମ ମେଳାର ଶେଷ ଦିନ ମହାଯଜ୍ଞର ପୂର୍ଣ୍ଣାହୁତି ଦେଖିବା ପାଇଁ ଜିରାଙ୍ଗ ଗ୍ରାମର ଅଟୋ ଚାଳକ ରାଙ୍ଗା ଘଣ୍ଟା ନିଜ ପରିବାର ସଦସ୍ୟଙ୍କୁ ନେଇ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଘାଟିରେ ବୁଲାଣି ନିକଟରେ ହଠାତ ଅଟୋଟି ବ୍ରେକ୍ ଫେଲ୍ ହୋଇଯାଇଥିଲା । ଅଟୋଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଫଳରେ ୬ରୁ ଅଧିକ ଆହତ ହୋଇଛନ୍ତି । ତେବେ ଆହତ ସମସ୍ତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସାମାନ୍ୟ ଥିବା ଖୋଦ ଅଟୋ ଚାଳକ ରାଙ୍ଗା କହିଛନ୍ତି ।