ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ (Asian Games 2026) ପାଇଁ ଘୋଷଣା ହୋଇଥିବା ଭାରତୀୟ ପୁରୁଷ କ୍ରିକେଟ୍ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଶେଷ ମୁହୂର୍ତ୍ତରରେ ନୀତିଶଙ୍କ ନାଁ ପ୍ରତ୍ୟାହାର କରାଯାଇଛି ।  ଓ୍ବେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସରିଜ୍‌ ଲାଗି ୧୫ ଜଣିଆ ଦଳରେ ତାଙ୍କୁ ସାମିଲ କରାଯାଇଥିବାରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ଫଳରେ ସେ ଏସିଆନ ଗେମ୍ସ ଲାଗି ଜାପାନ ଯିବେ ନାହିଁ । ସେହିଭଳି ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହୋଇଛନ୍ତି ବିପ୍ରଜ ନିଗମ । 

ଆଫଗାନିସ୍ତାନ ବିପକ୍ଷରେ ଜାରି ରହିଥିବା ଟି-୨୦ ସରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବରୁଣ ଚକ୍ରବର୍ତ୍ତୀ ଆହତ ହୋଇଥିଲେ । ଫଳରେ ସେ ବାକି ୨ଟି ମ୍ୟାଚ୍‌​‌ରେ ଦଳରୁ ବାଦ ପଡ଼ିଛନ୍ତି ।   ଟି-୨୦ ସ୍ପେଶାଲିଷ୍ଟ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ବିସିସିଆଇ (BCCI) ଯୁବ ସ୍ପିନର ବିପ୍ରଜ ନିଗମଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରିଛି। ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ନିଜର ଚମତ୍କାର ପ୍ରଦର୍ଶନ ବଳରେ ବିପ୍ରଜ ଏହି ବଡ଼ ସୁଯୋଗ ହାସଲ କରିଛନ୍ତି।

ଭାରତୀୟ କ୍ରିକେଟ୍ ବୋର୍ଡ ଏସୀୟ କ୍ରୀଡ଼ା ପାଇଁ ଏକ ସଶକ୍ତ ଏବଂ ଯୁବ ପ୍ରତିଭାସମ୍ପନ୍ନ ଦଳ ଗଠନ କରିଛି। ଚୀନ୍‌ରେ ଆୟୋଜିତ ଗତ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଏଥର ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି।

ପରିବର୍ତ୍ତନ ପରେ ଭାରତୀୟ ଦଳ
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଓ୍ବିକେଟ କିପର), ଇଶାନ କିଶନ, ଶିବମ ଦୁବେ, ତିଳକ ବର୍ମା (ଭିସି), ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, ବୈଭବ ସୂର୍ଯ୍ୟବଂଶୀ, ୟଶ ଠାକୁର ଏବଂ ବିପ୍ରଜ ନିଗମ ।