News7 Logo

ୟୁଏଇ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ସଞ୍ଜୁଙ୍କୁ ମିଳିଲା ସ୍ଥାନ

NEWS7
india

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜିଠାରୁ ଭାରତ ନିଜ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ମୁକାବିଲାରେ ୟୁଏଇ ବିପକ୍ଷରେ ଟସ୍ ଜିତି ଭାରତ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି । ଟସ୍ ଜିତି ସୂର୍ଯ୍ୟ କୁମାର ଯଦାବ କହିଛନ୍ତି, ୱିକେଟ୍ ଭଲ ଏବଂ ତାଜା ଦେଖାଯାଉଛି । ଆର୍ଦ୍ରତା ଅଛି, ପରେ କାକର ପଡ଼ିପାରେ । ଆମେ ପ୍ରଥମେ ବୋଲିଂ କରିବାକୁ ଚାହୁଁଛୁ । ଆମେ ଏଠାରେ -ଟି ଭଲ ଅଭ୍ୟାସ ସେସନ୍ କରିଛୁ । ଗୋଟିଏ ଦିନ ବିଶ୍ରାମ ନେଇଛୁ ।

ସେହିପରି UAE ଅଧିନାୟକ ମହମ୍ମଦ ୱାସିମ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ । ସେ କହିଛନ୍ତି, ଆମେ ବୋଲିଂ ଉପରେ ମଧ୍ୟ ଧ୍ୟାନ ଦେଉଥିଲୁ । ପିଚ୍ ଫ୍ରେସ୍ ଅଛି ଏବଂ ବଲ୍ ଆରମ୍ଭରେ କିଛି ଟର୍ଣ୍ଣ ଦେଖିପାରେ । ଆମେ ଏକ ଭଲ ସିରିଜ୍ ଖେଳି ଫେରିଛୁ, ଅନେକ ସକାରାତ୍ମକ କଥା ଶିଖିଛୁ । ପୂର୍ବ ସିରିଜରୁ ଆମ ଆତ୍ମବିଶ୍ୱାସ ବଢିଛି । ଅଭିଜ୍ଞ ଓ ଜୁନିୟର ଖେଳାଳିଙ୍କୁ ନେଇ ଆମ ଟିମ୍ ସନ୍ତୁଳିତ ଅଛି ।

ଭାରତର ଚୂଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁଭମାନ ଗିଲ (ଉପ-ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ବରୁନ ଚକ୍ରବର୍ତ୍ତୀ

ୟୁଏଇ ଚୂଡ଼ାନ୍ତ ଏକାଦଶ : ମହମ୍ମଦ ୱାସିମ (ଅଧିନାୟକ), ଆଲିଶାନ ଶାରଫୁ, ​​ମହମ୍ମଦ ଜୋହେବ, ରାହୁଲ ଚୋପ୍ରା (ୱିକେଟ୍ କିପର), ଆସିଫ ଖାନ, ହର୍ଷିତ କୌସିକ, ହାଇଦର ଅଲି, ଧ୍ରୁବ ପାରାସର, ମହମ୍ମଦ ରୋହିଦ ଖାନ, ଜୁନୈଦ ସିଦ୍ଦିକି, ସିମରନଜିତ ସିଂ ।