ନୂଆଦିଲ୍ଲୀ, ୬ |୧୧  :  ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଦଳ ବାଜି ଜିତିବାକୁ ଜୋରସୋରରେ ଲାଗି ପଡିଛନ୍ତି । ବିଜେପି, ଜେଡିୟୁ, କଂଗ୍ରେସ ଏବଂ ଆରଜେଡି ନିଜ ନିଜର ପ୍ରାର୍ଥୀକୁ ଜିତାଇବାକୁ ସମସ୍ତ ଗେମ୍ ପ୍ଲାନ୍ କରିଛନ୍ତି । ଏହାରି ମଧ୍ୟରେ କିନ୍ତୁ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ । ଅନେକ ରାଜନୈତିକ ଦଳ କମିଶନଙ୍କ ଦ୍ୱାରା ଏସଆଇଆର ବା ସ୍ପେଶିଆଲ ଇନଟେନସିଭ୍ ରିଭିଜନ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଏପରିକି ଇସିଆଇଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହାସହ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ରିପୋର୍ଟ ଅନୁସାରେ, ବିହାରରେ ସେପ୍ଟେମ୍ବର ୩୦ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା । ଯାହା ଏସଆଇଆର ଉପରେ ଆଧାରିତ ଥିଲା । ଯେଉଁଥିରେ ଲକ୍ଷ ୬୬ ହଜାର ଭୋଟର ବାଦ୍ ପଡିଥିଲେ । ଯାହାକୁ ବିରୋଧି ଦଳ ଜୋରଦାର ବିରୋଧ କରିଥିଲେ । କେଉଁ କାରଣରୁ ଭୋଟରଙ୍କ ନାଁ ବାଦ୍ ପଡିଲା ସେନେଇ ସ୍ପଷ୍ଟିକରଣ ମାଗିଥିଲେ ।

କମିଶନ କହିଥିଲେ ଯେ, ଜୁନ ୨୪ରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳ ଭୋଟର ତାଲିକାରେ ଅନିୟମିତତା ଥିବା ଅଭିଯୋଗ କରିଥିଲେ । ତେଣୁ ଏସଆଇଆର ଉପରେ ଗୁରୁତ୍ୱ ଦିଆଯାଇଥିଲା । କାରଣ ଅନେକ ବ୍ୟକ୍ତି ନିଜ ସ୍ଥାନ ଛାଡି ଅନ୍ୟ ଆଡେ ଚାଲିଯାଇଛନ୍ତି । ପୂର୍ବରୁ ୨୦୦୩ରେ ଶେଷ ଥର ପାଇଁ ଏସଆଇଆର ହୋଇଥିଲା । ସେବେଠୁ ଦୁଇ ଦଶକ ଯାଏଁ ତାଲିକାକୁ ଭଲଭାବେ ନିରୀକ୍ଷଣ କରାଯାଇନାହିଁ । ତେଣୁ ଏସଆଇଆରର ଆବଶ୍ୟକତା ଥିଲା ।

କମିଶନ ଆହୁରି କହିଛନ୍ତି ୟେ, ଏସଆଇଆର ନୂଆ କଥା ନୁହେଁ । ଏହା ଏକ ସ୍ବାଭାବିକ ପ୍ରକ୍ରିୟା । ୨୦୦୩ ଯାଏଁ ଏହାକୁ ଲଗାତାର ଭାବେ କରାଯାଉଥିଲା । ଯେଉଁମାନେ ୨୦୦୩ ପରେ ଭୋଟର ତାଲିକାରେ ସାମିଲ ହୋଇଛନ୍ତି ସେମାନଙ୍କୁ ପୂର୍ବରୁ ତାଲିକାରେ ଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ବାବଦରେ ତଥ୍ୟ ଦାଖଲ କରିବାକୁ ହେବ । ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ଯାହା ଫଳରେ ତାଲିକାରେ ଅନେକ ତ୍ରୁଟିକୁ ସଂଶୋଧନ କରାଯାଇପାରିବ ।

ଅନ୍ୟଦିଗରେ ଇସିଆଇ ବିରୋଧରେ ଲଢୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ୨୦୦୩ରେ ଯେଉଁ ଏସଆଇଆର ହୋଇଥିଲା ତାହାର ଅସଲି ନଥିପତ୍ର କମିଶନ ଦାଖଲ କରୁ ନାହାଁନ୍ତି । ଯାହା ସ୍ବଚ୍ଛାତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୦୩ର ଏସଆଇଆର ବାବଦରେ  ୬୨ ପୃଷ୍ଠାର ବିବରଣୀ ପ୍ରଦାନ କରାଯାଇଥିଲା । ଯେଉଁଥିରେ କେଉଁ ଉପାୟ ଅବଲମ୍ବନ କରି ତାଲିକା ସଂଶୋଧନ ହେବ ସେନେଇ ଉଲ୍ଲେଖ ରହିଥିଲା । ସେହି ଆଧାରରେ ୨୦୨୫ରେ ଏସଆଇଆର ଆରମ୍ଭ ହୋଇଛି । କିନ୍ତୁ ୨୦୦୩ ଏସଆଇଆରରେ କେଉଁ କେଉଁ ମାନଦଣ୍ଡ ରଖାଯାଇଥିଲା ସେନେଇ ତଥ୍ୟ ପ୍ରଦାନ କରାଯାଉ ନାହିଁ ।

ପ୍ରଶାନ୍ତ କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ, ୨୦୦୩ ଏବଂ ୨୦୨୫ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ସେତେବେଳେ ବୁଥ୍ ଲେଭଲ ଅଫିସର ରିଭିଜନ ପ୍ରକ୍ରିୟାରେ ସାମିଲ ହେଉଥିଲେ । କେଉଁମାନଙ୍କ ନାଁ ତାଲିକାରେ ରହିବ ତାହା ସେମାନଙ୍କ ଦାୟିତ୍ୱ ଥିଲା । ଏବେ କିନ୍ତୁ ଭୋଟରଙ୍କୁ ନିଜେ ପ୍ରମାଣ କରିବାକୁ ପଡୁଛି । ୨୦୨୫ରେ ତାଲିକା ସଂଶୋଧନ ପାଇଁ କୌଣସି ଫର୍ମ ଦିଆଯାଉ ନାହିଁ । ଭୋଟରଙ୍କ ଘରକୁ ଘର ବୁଲି ସର୍ଭେ କରାଯାଉଛି । ୨୦୦୩ରେ କୌଣସି ଡକ୍ୟୁମେଣ୍ଟ ଦେଖାଇବାକୁ ପଡୁନଥିଲା । କିନ୍ତୁ ୨୦୨୫ରେ ଭୋଟରମାନେ ଅନେକ ଦସ୍ତାବିଜ ଦେଖାଇ ନିଜକୁ ଭୋଟର ଭାବେ ପ୍ରମାଣିତ କରୁଛନ୍ତି । ଏପରିକି ନିର୍ବାଚନର ଠିକ୍ ପୂର୍ବରୁ ୨୦୦୩ରେ କାହାରି ନାଁ ତାଲିକାରୁ ବାଦ୍ ପଡୁନଥିଲା । 

ଅନ୍ୟ ଦିଗରେ ସୁପ୍ରିମକୋର୍ଟ ମାମଲାକୁ ନଭେମ୍ବର ତାରିଖରେ ଶୁଣାଣି କରିବେ ବୋଲି କହିଥିଲେ । କିନ୍ତୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟା ବାଗଚି ସାମ୍ବାଧାନିକ ଖଣ୍ଡପୀଠରେ ସାମମିଲ ଥିବାରୁ ଶୁଣାଣି ହୋଇପାରିନଥିଲା ।