ବାଲିଯାତ୍ରା ୨୦୨୫
LIVE TV

ସୁନାବେଡ଼ା ଅଭୟାରଣ୍ୟର ୮ ମାଓପ୍ରବଣ ବୁଥ୍ ଉପରେ କଡ଼ା ନଜର, ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

NEWS7
are-you-see-transgender-in-dream-what-will-get-result-good-or-bad

ନୂଆପଡ଼ା ୧୦୧୧: ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଏହିସବୁ ବୁଥ୍‌କୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ଏହି ମାଓପ୍ରବଣ ବୁଥ୍ ଅଭିମୁଖେ ହେଲିକାପ୍ଟରରେ ବାହାରିଛନ୍ତି ପୋଲିଂ ପାର୍ଟି ।

ସେପଟେ ନୂଆପଡ଼ା ଉପନିର୍ବାଚନ ସୁନାବେଡ଼ା ଅଭୟାରଣ୍ୟ ମାଓ ପ୍ରଭାବିତ ଅତି ସମ୍ବେଦଶୀଳ ୮ ବୁଥ୍‌ର ଭୋଟରଙ୍କୁ ଭରସା ଦେଇଛନ୍ତି ସିଆରପିଏଫ କମାଣ୍ଡାଣ୍ଟ ଏରିକ ଗିଲବର୍ଟ ଜୋଶ । ସେ କହିଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ । ସିଆରପିଏଫ ପକ୍ଷରୁ ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବହୁ ପୂର୍ବରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫର ଏରିଆ ଡମିନେନ୍ସ ରହିଛି । ମାଓଭୟ ନାହିଁ । ଯେହେତୁ ଜଙ୍ଗଲ ରହିଛି, ସେମାନେ ଲୁଚିଛପି ଆସିପାରନ୍ତି । ଏହାକୁ ନେଇ ଫୋର୍ସ ମୁତୟନ ହୋଇ ରହିଛନ୍ତି । ବୁଥ୍ ନିକଟକୁ କୌଣସି ପରିସ୍ଥିତିରେ ମାଓବାଦୀ ଆସିପାରିବେ ନାହିଁ । ପ୍ରତି ବୁଥ୍‌ର ଆଉଟ୍ ଏରିଆ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପୁରାପୁରି କଡାକଡି କରାଯାଇଛି । ନିର୍ବାଚନ ସୁରୁଖୁରୁରେ ହେବ । ସୁରକ୍ଷା ବ୍ୟବସ୍ଥା ଏଭଳି କରାଯାଇଛି ଯେମିତି ମାଓବାଦୀ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରିବେ ନାହିଁ । ମାଓ ପ୍ରଭାବିତ ଭୋଟରଙ୍କୁ କହିଛନ୍ତି କୌଣସି ପ୍ରକାର ଭୟଭୀତ ହୁଅନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ମିଳିତ ଭାବେ ନିର୍ବାଚନକୁ ପରିଚାଳନା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।