ଉଦଳା ୦୪/୦୯: ଜଣେ ମହିଳା । ହେଲେ ୪ ଗୋଟି ଜନ୍ମ ତାରିଖ । ଯାହା ଆଜି ତାଙ୍କ ପାଇଁ ମହଙ୍ଗା ପଡିଛି । ଚାକିରିରୁ ବିଦା ହୋଇଛନ୍ତି ଅଙ୍ଗନବାଡି କର୍ମୀ । ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଆକ୍ସନ। କପ୍ତିପଦା ବ୍ଲକ ଦେବାନବାହାଳୀ- ୨ ଅଙ୍ଗନବାଡିର ଅଙ୍ଗନବାଡି କର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଅଙ୍ଗନବାଡି କର୍ମୀ ସୁମି ସିଂ ଶମ୍ବୁରାଇ ନିଜ ଜନ୍ମ ତାରିଖରେ ଚଞ୍ଚକତା କରି ହାତେଇଥିଲେ ଅଙ୍ଗନବାଡି କର୍ମୀ ପଦବୀ ।

୨୦୨୨ ମସିହାରୁ ଦେବାନବାହାଳୀ-୨ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଥିବା ସୁମି ସିଂ ଶମ୍ବୁରାଇଙ୍କ ଜନ୍ମତାରିଖକୁ ନେଇ ଅଭିଯୋଗ ହୋଇଥିଲା । ଯାହାର ଖୋଳତାଡ଼ ପରେ ସୁମିଙ୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଥିବା ଜଣାପଡିଥିଲା । ସୁମିଙ୍କ ଅଙ୍ଗନବାଡିରେ ତାଙ୍କର ଜନ୍ମ ୧୯୯୫ ମସିହା ଥିବା ବେଳେ ସ୍କୁଲ ସାର୍ଟିଫିକେଟରେ ୧୯୯୯ ମସିହା ଏବଂ ହାଇସ୍କୁଲରେ ୨୦୦୦ ମସିହା ରହିଛି ।

ଯାହାକି ଏ ସବୁ ଦସ୍ତାବିଜ ଯାଞ୍ଚ କରିବା ପରେ ଚାକିରିରୁ ବିଦା କରିଛି ଜିଲ୍ଲା ପ୍ରଶାସନ। ତୁରନ୍ତ ଚାକିରିରୁ ବହିଷ୍କାର କରି ଉକ୍ତ ପଦବୀ ନିମନ୍ତେ ନୂତନ ନିଯୁକ୍ତି ପାଇଁ ସୂଚନା ବାହାର କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କପ୍ତିପଦା ସିଡିପିଓଙ୍କୁ ଚିଠି କରିଛନ୍ତି।