LIVE TV

ପତ୍ନୀଙ୍କ ମୃତ୍ୟୁର କିଛି ଦିନ ପରେ ଲେଖା ଯାଇ ଥିଲା ‘ବାଗବାନ’ର ଏହି ଗୀତ , ଶୁଣି କାନ୍ଦି ପକାଇ ଥିଲେ ବିଆର ଚୋପ୍ରା

NEWS7
film baghban song

ମୁମ୍ୱାଇ : ୨୦୦୩ ମସିହାରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ବାଗବାନ ରିଲିଜ ହୋଇଥିଲା। ଏହି ଫିଲ୍ମକୁ ମହାଭାରତ ତିଆରି କରିଥିବା ବିଆର୍ ଚୋପ୍ରା ପ୍ରଡ୍ୟୁସ୍‌ କରଥିଲେ। ସେପଟେ, ଫିଲ୍ମକୁ ଡାଇରେକ୍ଟ କରିଥିଲେ ରବି ଚୋପ୍ରା। ଏହି ଫିଲ୍ମର କାହାଣୀକୁ ଯେତେ ପସନ୍ଦ କରାଯାଇଥିଲା , ସେତିକି ହିଁ ଭଲ ପାଇବା ଫିଲ୍ମର ଗୀତକୁ ମଧ୍ୟ ମିଳିଥିଲା। ଏବେ ଫିଲ୍ମରେ ଗୀତ ଲେଖିଥିବା ସମୀର ଅଞ୍ଜାନ ଏକ ଗୀତ ସହ ଜଡ଼ିତ ଗୋଟିଏ କଥା ଶୁଣାଇଛନ୍ତି। ସେ କହିଛନ୍ତି  କେମିତି ଗୋଟିଏ ଗୀତକୁ ଶୁଣି ବିଆର ଚୋପ୍ରା କାନ୍ଦି ପକାଇ ଥିଲେ। ଏହି ଗୀତ ଲେଖା ଯିବାର କିଛି ଦିନ ପୂର୍ବରୁ ହିଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇ ଥିଲା ଏବଂ ଗୀତରେ ସେ ତାଙ୍କ ନିଜର କାହାଣୀ ଶୁଣିବାକୁ ପାଇଥିଲେ।

ଶୁଭଙ୍କର ମିଶ୍ରଙ୍କ ସହ ବିଶେଷ କଥାବାର୍ତ୍ତାରେ ସମୀର ଅଞ୍ଜାନ କହିଛନ୍ତି ଯେ, ଯେବେ ସେ ବିଆର ଚୋପ୍ରାଙ୍କ ଘରେ ଉହ୍ନେ ମେଁ ୟହାଁ ତୁ ବହାଁ ...ର  ଲାଇନ ଶୁଣା ଯାଇଥିଲା। ଗୀତର ପ୍ରଥମ ଲାଇନ୍‌ ଶୁଣି ତ ବିଆର ଚୋପ୍ରା କୌଣସି ରିଆକ୍ସନ ଦେଇ ନଥିଲେ, କିନ୍ତୁ ଯେମିତି ହିଁ ସେ ଗୀତର ଦ୍ୱିତୀୟ ଲାଇନ- ଜିନ୍ଦଗି ହୈ କହାଁ ଶୁନାଆ , ବିଆର ଚୋପ୍ରା କାନ୍ଦି ପକାଇଲେ।

୯୦ରୁ ଅଧିକ ଥିଲା ବିଆର ଚୋପ୍ରାଙ୍କ ବୟାନ-

ସମୀର ଅଞ୍ଜାନ କହିଛନ୍ତି, ବିଆର ଚୋପ୍ରା ବହୁତ ବୟସ୍କ ହୋଇ ଯାଇ ଥିଲେ। ୯୦ରୁ ଉର୍ଦ୍ଧ୍ୱ ତାଙ୍କର ବୟସ ହୋଇଥିଲା। ଏବଂ ଏହି ଗୀତ ଲେଖିବାର କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ଏବଂ ସେହି ସ୍ୱାମୀ-ସ୍ତ୍ରୀଙ୍କ ଏମିତି ସୁନ୍ଦର ବଣ୍ଡିଂ ଥିଲା...ତ ତାଙ୍କୁ କମ୍‌ ଶୁଣାଉ ଥିଲି। ଯେବେ ମୁଁ ଲେଖି ନେଉ ଯାଉ ଥିଲି ତ ରବି ଜୀ ମୋତେ ନେଇ ଯାଉ ଥିଲେ ଏବଂ ସେ ପୂରା ଶୁଣୁ ଥିଲେ।

ପତ୍ନୀଙ୍କ ସ୍ମୃତିରେ କାନ୍ଦି ପକାଇ ଥିଲେ ବିଆର ଚୋପ୍ରା –

ସମୀର ଆହୁରି କହିଛନ୍ତି ଯେ, ଯେବେ ସେ ଏହି ଗୀତ ନେଇ ତାଙ୍କ ପାଖକୁ ଗଲେ,ତାଙ୍କ ଘରେ ତ ସେ ସମୀରଙ୍କୁ ପଚାରିଲେ ଯେ, ସେ କଣ ଲେଖି ଆଣିଛନ୍ତି। ସମୀର ତାଙ୍କୁ ଗୀତ ଶୁଣାଇଲେ। ବିଆର ଚୋପ୍ରା ସେହି ଗୀତ ଶୁଣି କାନ୍ଦିବାକୁ ଲାଗିଲେ। ସେ ସମୀରଙ୍କ ହାତ ଧରି କହିଲେ- ଆପଣ ମୋ ଜୀବନକୁ ଲେଖି ଦେଲେ , ତାଙ୍କୁ ତାଙ୍କର ପତ୍ନୀଙ୍କ କ ମନେପଡ଼ିଲା। ସେ କହିଥିଲେ ଯେ, ଏହି ଲାଇନ୍‌ (ଜିନ୍ଦଗୀ ହୈ କହାଁ) ତାଙ୍କ ଓ ତାଙ୍କ ପତ୍ନୀଙ୍କ ଉପରେ ଯାଉଛି। ଏହାପରେ ବିଆର ଚୋପ୍ରା କହିଥିଲେ ଯେ ଏହାକୁ ଲେଖି ଦିଅ , ସେ ଆଉ ଶୁଣିବେ ନାହିଁ।