ବୁଧବାର ଓଡିଶା ଆସିବେ ଅମିତ ଶାହ, କଟକରେ ହେବ ବିରାଟ ରୋଡ ଶୋ'

Published By : Prameya-News7 Bureau | May 14, 2024 IST

କଟକ ୧୪।୦୫ : ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ହେଭିୱେଟ୍‌ ନେତାଙ୍କ ଗସ୍ତ କଟକ ରାଜନୀତିକୁ ସରଗରମ କରିବାକୁ ଯାଉଛି । ମଙ୍ଗଳବାର ପାଣ୍ଡିଆନ୍‌ ମାରାଥନ ପ୍ରଚାର ପାଇଁ କଟକ ଆସୁଥିବାବେଳେ ପରଦିନ ଅର୍ଥାତ୍‌ ବୁଧବାର ୧୫  ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ କଟକରେ ରୋଡ୍‌  ସୋ’ କରୁଥିବା ଜଣାଯାଇଛି । ବିଶେଷ କରି ବିଜେଡିର  ପ୍ରଚାର ଅଭିଯାନକୁ ଟକ୍କର ଦେବା ପାଇଁ ବିଜେପି  ପକ୍ଷରୁ ବଡ଼ବଡ଼ କେନ୍ଦ୍ର ନେତା ଘନଘନ ଗସ୍ତ କରିବାର  ସୂଚନା ମିଳୁଛି । ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ  ନରେନ୍ଦ୍ର ମୋଦୀ କଟକ ଆସିବାର କାର୍ଯ୍ୟକ୍ରମ ରହିଥିବା  ବେଳେ ତା’ର ୫ ଦିନ ପୂର୍ବରୁ ଅମିତ ଶାହାଙ୍କ ଏହି  ଗସ୍ତ ବିଜେପି ଶିବିରରେ ଉତ୍ସାହ ଭରିଦେଇଛି ।  

ଖବର ଅନୁଯାୟୀ, ବୁଧବାର କଟକ  ଗସ୍ତରେ ଆସି ବାରବାଟୀ-କଟକ ବିଧାନସଭା  ମଣ୍ଡଳୀର ଗୋପବନ୍ଧୁ ପାର୍କ ଛକରୁ ରୋଡ ସୋ  ଆରମ୍ଭ କରିବେ । ବକ୍ସିବଜାର, ତିନିକୋଣିଆ   ବଗିଚା, ଗୌରୀଶଙ୍କର ପାର୍କ, ବାଲୁବଜାର,  ନୟାସଡ଼କ ହୋଇ ଚାନ୍ଦିନୀଚୌକ ଯିବେ। ସନ୍ଧ୍ୟା  ୬ଟା ୧୫ରୁ ୭ଟା ୧୦ ପର୍ଯ୍ୟନ୍ତ ଏହି ରୋଡସୋ  ଚାଲିବ । ଏ ନେଇ ସିଆର୍‌ପିଏଫ୍‌ର ଯବାନମାନେ  ଆସି ଏହି ରୁଟ୍‌ ଦେଖି ସାରିଲେଣି । ଶୋଭାଯାତ୍ରା  ପାଇଁ ଅନୁମତି ନିମନ୍ତେ ବିଜେପି ପକ୍ଷରୁ ମଙ୍ଗଳବାର  ପୁଲିସ ନିକଟରେ ଆବେଦନ କରାଯିବ ବୋଲି ବରିଷ୍ଠ  ବିଜେପି ନେତା ବିନୋଦ ଦାଶ ସୂଚନା ଦେଇଛନ୍ତି ।  ଅନ୍ୟପଟେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ  ଏବେ କଟକ ବିଜେପିର ନେତୃବୃନ୍ଦ ଲାଗିପଡ଼ିଛନ୍ତି ।  

ରାଜ୍ୟର ତୃତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଯେଉଁ  ଅନୁସାରେ ଦିନ ପାଖେଇ ଆସୁଛି ସେଭଳି ପ୍ରଚାର  ଜମିଜମି ଯାଉଛି ।  ଏହା ମଧ୍ୟରେ ବିଜେପି  ପାଇଁ ପ୍ରଚାର କରିବାକୁ  ରାଜସ୍ଥାନ ବିଜେପି  ସଭାପତି ସିପି ଯୋଶୀ  ଓ ବୈଦେଶିକ ବ୍ୟାପାର  ମନ୍ତ୍ରୀ ଏସ୍‌ ଜୟଶଙ୍କର  କଟକ ଆସିସାରିଛନ୍ତି ।  ବିଜେଡି ପକ୍ଷରୁ ୧୪  ମଙ୍ଗଳବାର ଭିକେ ପାଣ୍ଡିଆନ୍‌ କଟକ ଆସୁଥିବାବେଳେ  ୧୯ ତାରିଖରେ ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଧ୍ୟ କଟକ ଆସି ଏକ ବିଶାଳ  ଜନସଭାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.