News7 Logo

୨୫ ବର୍ଷ ଧରି ଖେଳିବା ପରେ ଅଚାନକ ଅବସର ନେଲେ ଅମିତ ମିଶ୍ରା, ଲେଖିଲେ ଭାବପ୍ରବଣ ପୋଷ୍ଟ

NEWS7
amit mishra

ନୂଆଦିଲ୍ଲୀ ୦୪/୦୯: ୨୫ ବର୍ଷର କ୍ୟାରିୟରରେ ଲାଗିଲା ଫୁଲଷ୍ଟପ୍ । କ୍ରିକେଟରୁ ଇସ୍ତଫା ଦେଲେ ଭାରତୀୟ କ୍ରିକେଟର ଅମିତ ମିଶ୍ରା । ଗୁରୁବାର ଅଚାନକ ସନ୍ନ୍ୟାସ ନେଇଛନ୍ତି ବୋଲର । ସେପ୍ଟେମ୍ବର ୪ ତାରିଖରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଏହି କିମ୍ବଦନ୍ତୀ ଲେଗ୍-ସ୍ପିନର ୨୦୦୩ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ସେ ୨୦୨୪ ପର୍ଯ୍ୟନ୍ତ ଆଇପିଏଲରେ ଖେଳିଛନ୍ତି । ତେବେ ଅବସର ନେବା ପରେ ଅମିତ ମିଶ୍ରା ଲେଖିଛନ୍ତି ଭାବପୂର୍ଣ୍ଣ ଟେଷ୍ଟ ।

ଆଜି, ୨୫ ବର୍ଷ ପରେ, ମୁଁ କ୍ରିକେଟରୁ ଅବସର ଘୋଷଣା କରୁଛି । କ୍ରିକେଟ ଏମିତି ଖେଳ ଯାହା ମୋର ପ୍ରଥମ ପ୍ରେମ । ମୋର ଶିକ୍ଷକ ଓ ମୋର ଖୁସିର ସବୁଠାରୁ ବଡ଼ ଉତ୍ସ ଥିଲା। ଅମିତ ମିଶ୍ରା ତାଙ୍କ ଅବସର ପୋଷ୍ଟରେ ଆହୁରି ଲେଖିଛନ୍ତି । ଏହି ଯାତ୍ରା ଅଗଣିତ ଭାବନାରେ ପରିପୂର୍ଣ୍ଣ ହୋଇଛି । ଗର୍ବ, କଷ୍ଟ, ଶିକ୍ଷା ଏବଂ ପ୍ରେମର ମୁହୂର୍ତ୍ତ । ମୁଁ ବିସିସିଆଇ, ହରିୟାଣା କ୍ରିକେଟ ଆସୋସିଏସନ, ମୋର ପ୍ରଶିକ୍ଷକ, ସହାୟକ କର୍ମଚାରୀ, ସହକର୍ମୀ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଶଂସକମାନଙ୍କ ପ୍ରତି ଗଭୀର କୃତଜ୍ଞ । ଯାହାଙ୍କ ବିଶ୍ୱାସ ଓ ସମର୍ଥନ ମୋତେ ପ୍ରତ୍ୟେକ ପଦକ୍ଷେପରେ ଶକ୍ତି ଦେଇଥିଲା।

୨୦୦୩ ମସିହାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଅମିତ ମିଶ୍ରା ୨୦୦୩ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ଏକ ODI ମ୍ୟାଚ୍ ଥିଲା। ପାଞ୍ଚ ବର୍ଷ ପରେ, ସେ ୨୦୦୮ରେ ଟେଷ୍ଟ ଡେବ୍ୟୁ ଓ ୨୦୧୦ରେ ଟି-୨୦ ଡେବ୍ୟୁ କରିଥିଲେ । ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ଯଥାକ୍ରମେ ୭୬, ୬୪ ଏବଂ ୧୬ଟି ୱିକେଟ୍ ନେଇଛନ୍ତି ।

ଅମିତ ମିଶ୍ର ଆହୁରି ଲେଖିଛନ୍ତି, ପ୍ରାରମ୍ଭିକ ଦିନର ସଂଘର୍ଷ ଓ ତ୍ୟାଗଠାରୁ ଆରମ୍ଭ କରି ପଡ଼ିଆରେ ବିତାଇଥିବା ମହାନ ମୁହୂର୍ତ୍ତ ପର୍ଯ୍ୟନ୍ତ । ପ୍ରତି ଅଧ୍ୟାୟ ଏକ ଅଭିଜ୍ଞତା ହୋଇଛି ଯାହା ମୋତେ ଜଣେ କ୍ରିକେଟର ଜଣେ ମଣିଷ ଭାବରେ ଗଢି ତୋଳିଛି । ମୋର ଉତ୍ଥାନ-ପତନ ସମୟରେ ମୋ ପରିବାର ମୋ ସହିତ ଦୃଢ଼ ଭାବରେ ଠିଆ ହୋଇଥିଲେ । ଏଥିପାଇଁ ଆପଣଙ୍କୁ ଧନ୍ୟବାଦ। ମୋର ସାଥୀ ଖେଳାଳି ଓ ପରାମର୍ଶଦାତାମାନେ ଏହି ଯାତ୍ରାକୁ ସ୍ୱତନ୍ତ୍ର କରିଥିଲେ । ସେମାନଙ୍କୁ ଧନ୍ୟବାଦ।