News7 Logo

ନିଜର AI ତିଆରି ଫଟୋକୁ ନେଇ ଐଶ୍ୱର୍ଯ୍ୟା ରାୟ ଚିନ୍ତିତ , ରୋକ୍ ଲଗେଇବାକୁ କୋର୍ଟଙ୍କୁ କଲେ ଅନୁରୋଧ

NEWS7
aishwarya rai

ମୁମ୍ୱାଇ – ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଚର୍ଚ୍ଚାରେ। ସେ ନିଜର ପର୍ସନାଲିଟି ରାଇଟ୍ସର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି। ସେ ମାମଲାକୁ ନେଇ ପିଟିସନ ଦାଏର କରିଛନ୍ତି। ସୂଚନା ଆଧାରରେ , ଅଭିନେତ୍ରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସନ୍ଦୀପ ସେଠୀ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟରେ ଦାଖଲ ଆବେଦନରେ ଆଶ୍ୱର୍ଯ୍ୟାଙ୍କ ପକ୍ଷରୁ ତାଙ୍କର ପବ୍ଲିସିଟି ଓ ପର୍ସନାଲିଟି ଅଧିକାର ଗୁଡ଼ିକର ସୁରକ୍ଷାକୁ ନେଇ କହିଥିଲେ। ଏହାସହ ଅଭିନେତ୍ରୀଙ୍କର ଫଟୋ ଓ ଭିଡ଼ିଓ ନିଜର ଫାଇଦା ପାଇଁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ ରୋକ୍‌ ଲଗେଇବାକୁ ଦାବି କରିଥିଲେ।

ପ୍ରକୃତ କଥା ହେଲା , ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଫଟୋ ଭିନ୍ନ ଭିନ୍ନ ୱେବ୍‌ସାଇଟ୍‌ରେ ବ୍ୟବହାର କରାଯାଉଛି। ଏହା ଉପରେ ରୋକ୍‌ ଲଗେଇବା ପାଇଁ ଐଶ୍ୱର୍ଯ୍ୟା ଆଇନର ରାସ୍ତା ଆପଣାଇଛନ୍ତି। ଅଭିନେତ୍ରୀଙ୍କ ଓକିଲ କୋର୍ଟଙ୍କୁ ସେହି ସବୁ ୱେବସାଇଟ୍‌ ଓ କଣ୍ଟେଣ୍ଟ ବିଷୟରେ ସୂଚନା ଦେଇଛନ୍ତି, ଯାହାକୁ ବିନା ଅନୁମତିରେ ,ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଫଟୋ ଓ ନାମର ବ୍ୟବସାୟିକ ବ୍ୟବହାର କରାଯାଉଛି। କୋର୍ଟରେ ଓକିଲ ଏକ ୱେବସାଇଟ୍‌ର ଉଲ୍ଲେଖ କରି କହିଛନ୍ତି ଅଭିନେତ୍ରୀ ଏହାକୁ ଅନୁମତି ଦେଇ ନାହାନ୍ତି। ଅନ୍ୟ ୱେବସାଇଟ୍‌ ଉପରେ ଐଶ୍ୱର୍ଯ୍ୟା ରାୟଙ୍କର ୱାଲପେପର ଓ ଫଟୋ ଭଳି କଣ୍ଟେଣ୍ଟ ପୋଷ୍ଟ କରାଯାଇଛି। ଅନ୍ୟପଟେ ତୃତୀୟ କମ୍ପାନୀ ପକ୍ଷରୁ ତାଙ୍କର ଫଟୋ ଥିବା ଟି-ସାର୍ଟସ ବିକ୍ରି କରାଯାଉଛି।

ଏହାସହ ମଧ୍ୟ ପଢନ୍ତୁ : ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ପାଇଁ କୋରିଓଗ୍ରାଫର ସରୋଜ ଖାନ ଛାଡ଼ି ଦେଇଥିଲେ ଫିଲ୍ମ

ଏହା ବ୍ୟତୀତ ସନ୍ଦୀପ ସେଠୀ ଅନ୍ୟ ୱେବସାଇଟ୍ ବିଷୟରେ ମଧ୍ୟ କହିଥିଲେ, ଯେଉଁମାନେ ଐଶ୍ୱର୍ଯ୍ୟାଙ୍କ ବିନା ଅନୁମତିରେ ତାଙ୍କ ଫଟୋକୁ ନିଜ ଲାଭ ପାଇଁ ବ୍ୟବହାର କରୁଛନ୍ତି। ଓକିଲ କହିଛନ୍ତି ଯେ, ସମସ୍ତେ ମିଶି ଐଶ୍ୱର୍ଯ୍ୟାଙ୍କ ନାମରେ ଟଙ୍କା ରୋଜଗାର କରୁଛନ୍ତି। ଏହା ସହିତ, ୟୁଟ୍ୟୁବ୍ରୁ ନିଆଯାଇଥିବା କିଛି ସ୍କ୍ରିନସଟ୍ ମଧ୍ୟ କୋର୍ଟରେ ଉପସ୍ଥାପିତ କରାଯାଇ ଥିଲା, ଯେଉଁଥିରେ ଐଶ୍ୱର୍ଯ୍ୟାଙ୍କ ମୁହଁକୁ AI ସାହାଯ୍ୟରେ ପେଷ୍ଟ କରାଯାଇଛି। କୋର୍ଟକୁ କୁହାଯାଇ ଥିଲା ଯେ, ଏହି ଫଟୋଗୁଡ଼ିକ ଐଶ୍ୱର୍ଯ୍ୟାଙ୍କନୁହେଁ ଏବଂ କେହି ଏହାକୁ ଲଗାଇବା ପାଇଁ ଅନୁମତି ନେଇ ନାହାଁନ୍ତି। ଏସବୁ ଏଆଇରେ ତିଆରି ଫଟୋ।

ଆଶ୍ୱର୍ଯ୍ୟାଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ତାଙ୍କ ମୁହଁ କେବଳ ନାମ ଓ ଟଙ୍କା କମାଇବା ପାଇଁ କରୁଥିବା ବେଳେ , ଆଉ କିଛି ସେକ୍ସୁଆଲ ଇଚ୍ଛା ଗୁଡ଼ିକୁ ତାଙ୍କ ନାମରେ ପୂରା କରୁଛନ୍ତି , ଯାହା ଖୁବ୍‌ ଦୁର୍ଭାଗ୍ୟଜନକ। ଐଶ୍ୱର୍ଯ୍ୟା ରାୟଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ , ବିନା ଅନୁମତିରେ ଏପରି କାର୍ଯ୍ୟକଳାପ ତାଙ୍କ ବ୍ୟକ୍ତିଗତ ଅଧିକାରକୁ ଉଲ୍ଲଂଘନ କରେ ଏବଂ ଏହାକୁ ବନ୍ଦ କରାଯିବା ଆବଶ୍ୟକ।

ଏପରି ସ୍ଥିତିରେ, କୋର୍ଟ 'ଅନ୍ଦାଜ୍ ଅପନା ଅପନା' ଚଳଚ୍ଚିତ୍ର ମାମଲାରେ ଦିଆଯାଇଥିବା ଏକ ନିର୍ଦ୍ଦେଶର ଉଲ୍ଲେଖ କରିଛନ୍ତି। ସେହି କ୍ଷେତ୍ରରେ, କୋର୍ଟଙ୍କୁ ଆପତ୍ତିଜନକ ଲିଙ୍କ୍ ଦିଆଯାଇ ଥିଲା ଏବଂ ତା'ପରେ ସେଗୁଡ଼ିକୁ ଗୁଗୁଲ୍ରୁ ହଟାଇ ଦିଆଯାଇ ଥିଲାଦିଲ୍ଲୀ ହାଇକୋର୍ଟ ଏହି ସମ୍ପର୍କରେ କହିଛନ୍ତି ଯେ, ଆପଣଙ୍କ ସହିତ ଜଡିତ କେବଳ ୧୫୧ ଟି URL ଏହି ଆଦେଶର ଅଂଶ ହେବ। ଆପଣ ସେଗୁଡିକୁ ହଟାଇ ଦିଅନ୍ତୁ। ଆମେ ପ୍ରତ୍ୟେକ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ପୃଥକ ଆଦେଶ ପ୍ରଦାନ କରିବୁ, କାରଣ ପ୍ରାର୍ଥନା ଗୁଡ଼ିକ ବ୍ୟାପକ। କିନ୍ତୁ ଆମେ ପୃଥକ ଭାବରେ ନିର୍ଦ୍ଦେଶ ଦେବୁ। ଐଶ୍ୱର୍ଯ୍ୟା ରାୟଙ୍କ ଫଟୋର ଅବୈଧ ଭାବେ ବ୍ୟବହାର କରୁଥିବା ବ୍ୟକ୍ତି ୟୁଆରଏଲ୍‌କୁ ହଟେଇବାର ଆଦେଶ ଆଜି ସନ୍ଧ୍ୟା ଯାଏ ଅପଲୋଡ୍‌ କରାଯିବ। ଏହି ମାମଲାର ଆଗାମୀ ଶୁଣାଣି ୧୫ ଜାନୁଆରୀ ୨୦୨୬ରେ ହେବ।

ଐଶ୍ୱର୍ଯ୍ୟାଙ୍କ କ୍ୟାରିୟର କଥା ଯଦି କହିବା ତ , ଐଶ୍ୱର୍ଯ୍ୟା ରାୟଙ୍କୁ ଗତ ଥର ଫିଲ୍ମ ‘ପୋନ୍ନିୟନ ସେଲଭନ’ ପାର୍ଟ -୧ ଓ ପାର୍ଟ-୨ରେ ଦେଖାଯାଇ ଥିଲା। ପ୍ରଥମ ପାର୍ଟ ୨୦୨୨ରେ ଏବଂ ଦ୍ୱିତୀୟ ୨୦୨୩ରେ ଆସିଥିଲା। ଏହି ଫିଲ୍ମରେ ସେ ନନ୍ଦିନୀର ରୋଲ୍‌ରେ ଥିଲେ  ଅଭିନେତ୍ରୀଙ୍କ ପ୍ରଦର୍ଶନକୁ ଖୁବ୍‌ ପସନ୍ଦ କରାଯାଇ ଥିଲା। ତାଙ୍କୁ ଏଥିପାଇଁ ପୁରସ୍କାର ମଧ୍ୟ ମିଳିଥିଲା।