LIVE TV

ଦେଶର ପ୍ରଥମ AI ଆଧାରିତ ଲୋକେସନ ସର୍ଭିସ୍ ଆରମ୍ଭ କଲା Airtel, ମିଳିବ ସବୁ ଗଳିରେ ସଠିକ୍ ଠିକଣା

NEWS7
AIRTEL

ନୂଆଦିଲ୍ଲୀ: ଦେଶର ପ୍ରଥମ କ୍ଲାଉଡ୍-ଆଧାରିତ ଲୋକେସନ୍ ସର୍ଭିସ୍‌ ଲଞ୍ଚ୍ କରିଛି ଏୟାରଟେଲ୍ । କମ୍ପାନି ମଙ୍ଗଳବାର ଏହି ଘୋଷଣା କରିଛି । ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଓ ମେସିନ ଲର୍ନିଂରେ ପରିଚାଳତ ହେବ । ଏହି ନୂଆ ଟେକ୍ନୋଲଜି ସାହାଯ୍ୟରେ ୟୁଜର୍ସଙ୍କୁ ପୂର୍ବ ତୁଳନାରେ ୧୦୦ ଗୁଣ ଅଧିକ ସଠିକ୍ ଲୋକେସନ୍ ମିଳିବ । କମ୍ପାନି ଦ୍ୱାରା ଏହି ସେବାର ନାଁ Airtel-Skylark Precise Positioning Service ରଖାଯାଇଛି । ଏଥିପାଇଁ ଏୟାରଟେଲ୍ ବିଜନେସ୍ ଆମେରିକୀୟ କମ୍ପାନି ସ୍ୱିଫ୍ଟ ନାଭିଗେସନ ସହ ହାତ ମିଶାଇଛି । ଏବେ ଏହି ସାର୍ଭିସ୍ ଏୟାରଟେଲର 4G ଓ 5G ନେଟୱାର୍କ ସହ ଯୋଡ଼ି ହୋଇ ସାରା ଦେଶରେ ଉପଲବ୍ଧ ହେବ ।

କମ୍ପାନି କହିଛି ଯେ ଏହି ହାଇ-ଆକ୍ୟୁରେସି ଲୋକେସନ ସର୍ଭିସକୁ ଅନେକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏଥିରେ ଟୋଲ୍ ଟ୍ୟାକ୍ସ ସିଷ୍ଟମ, ଏମର୍ଜେନ୍ସି ରିସପନ୍ସ, ଡିଜିଟାଲ୍ ମୋପିଂ, କଷ୍ଟ୍ରକ୍ସନ, ୟୁଟିଲିଟି ସର୍ଭିସେସ୍ ଓ ଫ୍ଲିଟ ମ୍ୟାନେଜମେଣ୍ଟ ପରି କାମ ସାମିଲ ରହିଛି ।

ଏୟାରଟେଲ୍ ବିଜନେସର ନିର୍ଦ୍ଦେଶକ ଓ ସିଇଓ ଶରତ ସିହ୍ନା କହିଛନ୍ତି ଯେ ଭାରତ ପରି ଦେଶ ଯେଉଁଠି ଅନେକ ଗଳି କନ୍ଦି ରହିଛି ସେଠାରେ ପ୍ରତି ସେଣ୍ଟିମେଣ୍ଟରର ସଠିକ୍ ଲୋକେସନ ମିଳି ନଥାଏ । ଖାସକରି ଏମର୍ଜେନ୍ସି ସର୍ଭିସ୍ ସମୟରେ ବିଳମ୍ୱ ହୋଇଥାଏ । ସ୍ୱିଫ୍ଟ ନାଭିଗେସନ ସହ ମିଶି ଆମେ ଦେଶର ପ୍ରଥମ କ୍ଲାଉଡ୍ ଆଧାରିତ, ଏଆଇ ଓ ମେସିନ ଲର୍ନିଂରେ ପରିଚାଳିତ GNSS ସୁଧାର ସେବା ଆରମ୍ଭ କରିଛି ଗର୍ବିତ । ଏହା ସେଣ୍ଟିମିଟର ବି ସଠିକ୍ ସୂଚନା ଦିଏ । ଏହି ନୂଆ ଟେକ୍ନୋଲଜି କେବଳ ଏମର୍ଜେନ୍ସି ରିସପନ୍ସକୁ ଉନ୍ନତ କରିବ ବରଂ ଇଣ୍ଡଷ୍ଟ୍ରୀ ପାଇଁ ନୂଆ ଷ୍ଟାଣ୍ଡାର୍ଡ ସ୍ଥିର କରିବ ।