ଭୁବନେଶ୍ବର ୪।୧୨: ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହେବ । ୫ ଡିସେମ୍ବର ୨୦୨୫ରୁ ସିଧାସଳଖ ବିମାନସେବା ମିଳିବ । ଯାହା ସୁଗମ ଆଞ୍ଚଳିକ ସଂଯୋଗୀକରଣରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି । ଏହି ସେବା ଉଡେ ଦେଶ କା ଆମ ନାଗରିକ (UDAN) ଯୋଜନା ଅଧୀନରେ ଆଲାଏନ୍ସ ଏୟାର ଦ୍ୱାରା ପରିଚାଳିତ ହେବ ବୋଲି ଆଶା କରାଯାଉଛି । ଗୁରୁବାର ବ୍ୟତୀତ ଅନ୍ୟ ସବୁ ଦିନ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି । 

ଏହି ଉଡ଼ାଣ, ଏକ ନନ୍-ଷ୍ଟପ୍ ସେବା । ରାଜଧାନୀ ଭୁବନେଶ୍ୱର (ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର- BBI) ଏବଂ ଶିଳ୍ପ କେନ୍ଦ୍ର ରାଉରକେଲା (ରାଉରକେଲା ବିମାନବନ୍ଦର- RRK) ମଧ୍ୟରେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ବୋଲି ଆଶା କରାଯାଉଛି । ଏହି ରୁଟ୍ ପାଇଁ ଉଡ଼ାଣ ଅବଧି ସାଧାରଣତଃ ପ୍ରାୟ ୫୫ ମିନିଟ୍ ରୁ ଗୋଟିଏ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ହୋଇଥାଏ ।

ଏହି ରୁଟ୍‌ରେ ଡିସେମ୍ବର ୫ ତାରିଖ ସେବା ଆରମ୍ଭ ପାଇଁ ଅପରେଟର ଇଣ୍ଡିଆ ୱାନ୍ ଏୟାର ଦ୍ୱାରା ସ୍ଥିର କରାଯାଇଛି । ଗୁରୁବାର ବ୍ୟତୀତ ସମସ୍ତ ଦିନ ଉଡ଼ାଣ ଚାଲିବ।