News7 Logo

ପୁଣି ବିବାଦରେ ଯାତ୍ରା କଳାକାର, ଉପସ୍ଥାପକଙ୍କୁ ଧକିଆ ମାରିଲେ ପରିଚାଳକ ଓ ଅଭିନେତ୍ରୀ

NEWS7
yatra

ଭୁବନେଶ୍ଵର: ପୁଣି ବିବାଦରେ ଯାତ୍ରା କଳାକାର। ଯାତ୍ରା ଉପସ୍ଥାପକଙ୍କୁ ଯାତ୍ରା ମଞ୍ଚରେ ଧକିଆ ମାରିଲେ ପରିଚାଳକ ଓ ଅଭିନେତ୍ରୀ । ଏମିତି ସାଙ୍ଘାତିକ ମାଡ ମରା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡ଼ିଓରେ କିଭଳି ଯାତ୍ରା ମଞ୍ଚ ପଛରେ ସର୍ବ ସମ୍ମୁଖରେ ଉପସ୍ଥାପକଙ୍କୁ ଧକିଆ ମରା ଯାଉଛି ତାହା ଦେଖିବାକୁ ମିଳିଛି। ଏହି ଘଟଣା ଘଟିଛି ଯାତ୍ରା ସ୍ଵପ୍ନମହଲରେ

ଯାତ୍ରା ପରିଚାଳକ ମୁନା ଓ ନମିତା ତାଙ୍କୁ ଅଭଦ୍ର ବ୍ୟବହାର ସହ ସାର୍ଟ କଳର ଧରି ଧକିଆ ମାରୁଥିବା ନେଇ ଅଭିଯୋଗ କରିଛନ୍ତି ଉପସ୍ଥାପକ ଦେବୀ ସ୍ଵାଇଁ। ଗଞ୍ଜାମର କବି ସୂର୍ଯ୍ୟନଗରରେ ସ୍ବପ୍ନମହଲର ଯାତ୍ରା ଚାଲିଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଯାତ୍ରା କଳାକାର ସଂଘରେ ଅଭିଯୋଗ ଆଣିଛନ୍ତି ସେ । ତେଣୁ କଳାକାରଙ୍କ ଏମିତି ବ୍ୟବହାର କରିଥିବାରୁ ସେ ଅସମ୍ମାନିତ ହୋଇଛନ୍ତି । ଏନେଇ ଏହି ଭିଡିଓରେ ଦେଖାଯାଉଥିବା ଯାତ୍ରା ମଞ୍ଚର ଉପସ୍ଥାପକ ଦେବୀ ସ୍ୱାଇଁ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ ସବୁ ବଖାଣିଛନ୍ତି।