LIVE TV

ବିହାର ପରେ ଏବେ ପଶ୍ଚିମବଙ୍ଗରେ SIR ପ୍ରସ୍ତୁତି, ଆଗାମୀ ସପ୍ତାହରେ ରାଜ୍ୟ ଗସ୍ତ କରିବେ ଉପ ନିର୍ବାଚନ କମିଶନ

NEWS7
GFX

ନୂଆଦିଲ୍ଲୀ ୫।୧୦: ବିହାର ପରେ ଏବେ ପଶ୍ଚିମବଙ୍ଗରେ ମତଦାନ ସୂଚୀ ଗହନ ପୁନଃରୀକ୍ଷଣ (ଏସଆଇଆର) ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗରେ ଆଗାମୀ ବର୍ଷ ନିର୍ବାଚନ, ଏହା ପୂର୍ବରୁ ଉପ ନିର୍ବାଚନ କମିଶନ ଓ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଆଗାମୀ ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତ କରିବେ। ସେମାନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସବୁ ଜିଲ୍ଲାଧିକାରୀଙ୍କ ସହ ଭିଡିଓ କନଫରେନ୍ସ ସହ ଆରମ୍ଭ ହେବ।

ଇସିଆଇଙ୍କ ଅଧିକାରୀମାନେ ଗସ୍ତ କାଳରେ ଉତ୍ତର ଚବିଶ ପ୍ରଗଣା ଓ ପୂର୍ବ ମେଦିନୀପୁର ଜିଲ୍ଲାମାନଙ୍କର କ୍ଷେତ୍ର ପରିଦର୍ଶନ କରିବେ। ନିର୍ବାଚନ ଆୟୋଗଙ୍କ ସୂତ୍ର ଅନୁସାରେ ରାଜ୍ୟରେ ଏସଆଇଆର ଚଳିତ ମାସରୁ ଲାଗୁ ହେବ ବୋଲି ଆକଳନ କରାଯାଉଛି। ଏହି କାରଣରୁ ୨୦୨୬ ପୂର୍ବରୁ ଇସିଆଇଙ୍କ ଅଧିକାରୀ ରାଜ୍ୟ ଗସ୍ତ କରିବା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଗସ୍ତ କାର୍ଯ୍ୟ ସୂଚୀ ଅନୁଯାୟୀ ୮ ଅକ୍ଟୋବର ସକାଳ ୧୦ଟାରେ ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ।

ଏହି ସମ୍ମିଳନୀରେ ସବୁ ଜିଲ୍ଲାର ନିର୍ବାଚନ ଅଧିକାରୀ, ଏଡିଏମ (ନିର୍ବାଚନ), ଏସଡିଓ, ଇଆରଓ ଏବଂ ଓସି (ନିର୍ବାଚନ) ଜିଲ୍ଲା ଏନଆଇସି ସେଟଅପ ମାଧ୍ୟମରେ ସଂଯୁକ୍ତ ହେବେ। ଏହି ବୈଠକରେ ଉପ ନିର୍ବାଚନ କମିଶନ ଅଧ୍ୟକ୍ଷତା କରିବେ। ଏହା ଛଡା ଆଇଟି ମହାନିର୍ଦ୍ଦେଶକ ସୀମା ଖନ୍ନା ଓ ଅନ୍ୟ ବରିଷ୍ଠ ଇସିଆଇ ଅଧିକାରୀ ଉପସ୍ଥିତ ରହିବେ। ଏଥିରେ ୨୦୦୨ ଇ-ରୋଲକୁ ୨୦୨୫ ଇ-ରୋଲ ସହିତ ମ୍ୟାପ୍ କରିବା, ବୁଥସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ, ବିଏଲଓ କିଟ୍ ପ୍ରସ୍ତୁତି ଆଦି ଉପରେ ଚର୍ଚ୍ଚା କରାଯିବ।