ମମତାଙ୍କ ମିମ୍ସ କରିଥିବା ୟୁଜରଙ୍କୁ ପୋଲିସର କଡ଼ା ଚେତାବନୀ: ‘ତୁରନ୍ତ ପରିଚୟ ପ୍ରକାଶ କର ନହେଲେ...’

Published By : Prameya-News7 Bureau | May 06, 2024 IST

indiatoday

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମିମି କରୁଥିବା ୟୁଜର୍ ସାବଧାନ ! ମମତାଙ୍କ ଉପରେ ଏକ ମିମ୍ସକୁ ନେଇ କୋଲକାତା ପୋଲିସ ପ୍ରତିକ୍ରିୟା ପ୍ରକାଶ କରିଛି, ଯେଉଁଥିରେ ନିର୍ମାତାମାନେ ସେମାନଙ୍କ ନାମ ଏବଂ ଠିକଣା ପ୍ରକାଶ କରିବାକୁ ଦାବି କରିଛି।

କୋଲକାତା ପୋଲିସ ଟ୍ୱିଟ୍ କରି କହିଛି- ତୁରନ୍ତ ନାମ ଏବଂ ଠିକଣା ସହିତ ଆପଣଙ୍କ ପରିଚୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଖୋଜା ଯାଇଥିବା ସୂଚନା ପ୍ରକାଶ ନହୁଏ, ତେବେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କରାଯିବ।"

ଏହା ପ୍ରଥମ ଘଟଣା ନୁହେଁ ଯେ ମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରୁଥିବା ଟ୍ୱିଟ୍ ଏବଂ ମିମ୍ସ ଉପରେ କଟକଣା ଲଗାଇଛି ବଙ୍ଗ ପୋଲିସ। ମୁଖ୍ୟମନ୍ତ୍ରୀଙ୍କ ଉପରେ ମେମ୍ ସୃଷ୍ଟି କରିଥିବା ଅଭିଯୋଗରେ ୨୦୨୨ ମସିହାରେ ୨୯ ବର୍ଷିୟ ୟୁଟ୍ୟୁବରଙ୍କୁ ନାଦିଆ ଜିଲ୍ଲାରୁ ଗିରଫ କରାଯାଇଥିଲା। 

ଏହି ମିମ୍ସକୁ "ଅପମାନଜନକ" ବୋଲି କହି ପୋଲିସ କହିଥିଲା। ଏହି ଅଭିଯୋଗରେ ଅନ୍ୟ ୭ ଜଣଙ୍କ କଣ୍ଟେଣ୍ଟ କ୍ରିଏଟରଙ୍କ ନାଁ କହିଥିଲା। ୨୦୧୯ରେ ବିଜେପି ୟୁଥ୍ ୱିଙ୍ଗ ସଦସ୍ୟଙ୍କୁ ଫେସବୁକରେ ବ୍ୟଙ୍ଗାତ୍ମକ ଫଟୋ ପୋଷ୍ଟ କରିବା ଇଭିଯୋଗରେ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.