ବିଜେପି ଛାଡି ବିଜେଡିରେ ଯୋଗଦେଲେ ଅଭିନେତା ଅଖିଳ ପଟ୍ଟନାୟକ

Published By : Prameya-News7 Bureau | May 08, 2024 IST

ଭୁବନେଶ୍ବର ୮।୫: ବିଜେଡିରେ ସାମିଲ ହେଲେ ବିଜେପି ନେତା ତଥା ଅଭିନେତା ଅଖିଳ କୁମାର ପଟ୍ଟନାୟକ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । କଳାକାର ହୋଇ କାମ କରୁଥିଲି । ସେବା କରିବା ପାଇଁ ଶୃଙ୍ଖଳିତ ଦଳ ଭାବି ବିଜେପିରେ ସାମିଲ ହେଲି । କିଛି ଦିନ ପରେ କଣଠେସା ହେଲି । ମୋ ସ୍ୱପ୍ନକୁ ଭାଙ୍ଗି ଦିଆଗଲା । ଅସ୍ମିତାକୁ ଧରି ୨୪ ବର୍ଷ ଶାସନ କରିଲେଣି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ମୁଁ ଛୋଟିଆ ସେବକଟିଏ ହେବା ପାଇଁ ଦଳରେ ସାମିଲ ହେଲି । ବିରୋଧୀ ଦଳରେ ଥିଲୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଥିଲା । ବିରୋଧ କର ବିରୋଧ କର କୁହାଯାଉଥିଲା । ରାସ୍ତାରେ ବୁଲୁଥିଲି ବିଜେଡି ଭାଇ ମାନେ ଟାଣିଆଣିଲେ । ନବୀନ ବାବୁଙ୍କ କୋଳରେ ବସିବା ପାଇଁ ସୁଯୋଗ ଦେଲେ । ବିଜେଡି ପରିଚୟ ଦିଏ । ଯେଉଁମାନେ ଯାଇଛନ୍ତି ଲାଗୁଥିବ ନବୀନ ବାବୁ ଆମ ପାଇଁ କ’ଣ କରିଛନ୍ତି । ସେମାନେ ଧୋକା ଦେଇ ଯାଇଛନ୍ତି କିନ୍ତୁ ମୁଁ ଧୋକା ଖାଇ ଆସିଛି । ମୁଁ କାନ୍ଦିକି ଷ୍ଟେଜରେ କହୁଥିଲି ବିଜେପି ଧୋକା ଦେଇଛି ମତେ । ମାନସ ଭାଇ ଫୋନ କରି ଦଳରେ ସାମିଲ ପାଇଁ ସୁଯୋଗ ଦେଲେ । ଶୁଣିଥିଲି ବିଜେଡି ୫୦ ବର୍ଷ ରାଜ୍ କରିବ ଏଠିକି ଆସିଲି ଜାଣିଲି ବିଜେଡି ଆହୁରି ଆଗକୁ ଯିବ ।

 You Can Read :

୬ ଡକାୟତଙ୍କୁ ବାନ୍ଧିଲା ସମ୍ବଲପୁର ପୋଲିସ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.