ଭୁବନେଶ୍ୱର ୧୯।୧୧ : ବୁଧବାର ବିଳମ୍ବିତ ରାତିରେ ସିଆରପି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବଳରାମ ବେଉରା। ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗାରେ ବୋଲି ଜଣାପଡିଛି।

ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବୁଧବାର ରାତି ପ୍ରାୟ ୧୨ଟା ବେଳେ ବଳରାମ ବାଇକ ନେଇ ଷ୍ଟୁଆର୍ଟ ସ୍କୁଲ ପଟରୁ ଭିଆଇପି କଲୋନୀ ଅଭିମୁଖେ ଯାଉଥିଲେ। ଏତିକିବେଳେ ନୂଆପଲ୍ଲୀ ଆଡୁ ବରମୁଣ୍ଡା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ କାର ସିଆରପି ଟ୍ରାଫିକରେ ତାଙ୍କ ବାଇକକୁ ପିଟିଥିଲା।

Also Read :- ବାତ୍ୟା ମୁକାବିଲାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା : ଗଞ୍ଜାମର ୧୨ ବ୍ଲକକୁ ପଠାଗଲା ୨୫ ବୋଟ୍

ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବଳରାମ ୨୦ ଫୁଟ ଉପରକୁ ଛିଟିକି ତଳେ ପଡିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଉକ୍ତ କାରରେ ଥିବା ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଘେରିଯାଇ ମାଡ ମାରିଥିଲେ। ଖବର ପାଇ ସିଆରପି ଛକରେ ଥିବା ଫାଣ୍ଡିରୁ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଭ୍ୟକ୍ତ ଲୋକଙ୍କ କବଳରୁ ୩ ଜଣଙ୍କୁ ଉଦ୍ଧାର କରିଥିଲା। ପୋଲିସ ଉକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖିଛି। ଓଭର ବ୍ରିଜ ତଳୁ ବଳରାମଙ୍କ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇ ପରିବାର ଲୋକଙ୍କୁ ଖବର ଦେଇଛି।