LIVE TV

ହାର୍ଡ ହିଟର ଅଭିଷେକ ଶର୍ମା : ପ୍ରଥମ ବଲ୍‌ରେ ଛକା, ଶେଷ ବଲ୍‌ରେ ବି ସିକ୍ସର

NEWS7
abhisek

ଦୁବାଇ ୨୨।୦୯ : ହାର୍ଡ ହିଟର ଅଭିଷେକ ଶର୍ମା । ପାକିସ୍ତାନକୁ ଦେଲେ ଚକମା । ରବିବାର ରାତିରେ ଦୁବାଇ ଗ୍ରାଉଣ୍ଡରେ ଷ୍ଟାର ଥିଲେ ଅଭିଷେକ ଶର୍ମା । ଚୌକା-ଛକା ବର୍ଷା କରି ପଡିଆରେ ଛାଇ ଗଲେ ଶର୍ମା ଜୀ । ଫୁଲ ଅନ ଫାୟାର ମୁଡରେ ଥିଲେ ଅଭିଷେକ।  

ଏସିଆ କପ ସୁପର ଫୋର ରାଉଣ୍ଡର ହାଇଭୋଲ୍ଟଜ ମ୍ୟାଚ ଥିଲା । ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ପାକିସ୍ତାନ ବିପକ୍ଷରେ ଅଭିଷେକ ଛକା ମାରି ଇନିଂସ ଆରମ୍ଭ କରିଥିଲେ । ସାହିନ ଶାହ ଆଫ୍ରିଦିଙ୍କ ପ୍ରଥମ ଓଭରର ପ୍ରଥମ ବଲରେ ଛକା ମାରି ଇନିଂସର ଶୁଭାରମ୍ଭ କରିଥିଲେ । ଆଉଟ ହେବାର ପୂର୍ବ ବଲ ମଧ୍ୟ ଛକା ମାରିଥିଲେ ଅଭିଷେକ । ପାକିସ୍ତାନ ବିପକ୍ଷରେ ସେ ଦମଦାର ଫର୍ମରେ ଥିଲେ । ଅଭିଷେକ  ୩୯ ବଲରେ ୭୪ ରନର ପାଳି ଖେଳିଥିଲେ । ଯେଉଁଥିରେ ୬ଟି ଚୌକା ଓ ୫ଟି ଛକା ରହିଛି । ଦମଦାର ପାଳି ଖେଳିଥିବାରୁ ସେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ । ଏସିଆ କପରେ ସୁପର-୪ ରାଉଣ୍ଡ ମୁକାବିଲାରେ ପୁଣି ହାରିଲା ପାକିସ୍ତାନ । ଦୁବାଇ ଗ୍ରାଉଣ୍ଡରେ ଧୂଳି ଚାଟିଲା ସଲମାନ ଦଳ । ଶୁବମନ-ଅଭିଷେକଙ୍କ ଆଗରେ ସରେଣ୍ଡର କରିଛି ପାକିସ୍ତାନ । ଅଭିଷେକଙ୍କ ମ୍ୟାଚ ବିଜୟୀ ଇନିଂସ ସହ ୬ ୱିକେଟରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୭୪ ରନ ବଳରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ୫ ୱିକେଟ ହରାଇ ୧୭୧ ରନ୍ କରିଥିଲା । ଭାରତ ୧୮ ଓଭର ୫ ବଲରେ ବାଜି ମାରି ନେଇଛି । ୭ଟି ବଲ ବାକି ଥାଇ ୪ ୱିକେଟରେ ଦମଦାର ବିଜୟ ହାସଲ କରିଛି ସୂର୍ଯ୍ୟସେନା । ଗିଲ୍‌ ୪୭ ଓ ତିଲକ୍‌ ବର୍ମାଙ୍କ ୩୦ ରନ୍‌ର ପାଳି ଖେଳିଥିଲେ । ଚୌକା ମାରି ଭାରତକୁ ବିଜୟ ଭେଟି ଦେଲେ ତିଲକ୍‌ ବର୍ମା । ସବୁଠୁ ରୋଚକ କଥାଟି ହେଉଛି , ଭାରତୀୟ ବ୍ୟାଟିଂ ଇନିଂସର ପ୍ରଥମ ସ୍କୋର ୬ ଛକା ମାରି ଅଭିଷେକ ଶର୍ମା ଆରମ୍ଭ କରିଥିଲେ । ଏହାପରେ ମ୍ୟାଚ୍ ବିଜୟର ଶେଷ ରନ୍ ତିଲକ ବର୍ମା ୪ ମାରି ପୂରଣ କରିଥିଲେ । ଅଭିଷେକ ଛକା ମାରି ସ୍କୋର ଆରମ୍ଭ କରିଥିବା ବେଳେ ତିଲକ ଚୌକା ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ । ଉଭୟ ବ୍ୟାଟର ପାକିସ୍ତାନୀ ବୋଲର ସାହିନି ଆଫ୍ରିଦି ବିରୋଧରେ ଏହି ରେକର୍ଡ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଭାରତର ଇନିଂସ ୬ ରୁ ଆରମ୍ଭ ହୋଇ ୪ ରେ ଶେଷ ହୋଇଥିଲା ।