ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ଆମୀର ଖାନ ଓ ଗୌରୀ ସ୍ପ୍ରାଟ୍ ଆସନ୍ତା ଜୁଲାଇ ୫ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆମୀରଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ କେବଳ ନିକଟ ସମ୍ପର୍କୀୟଙ୍କ ଗହଣରେ ଏହି ବିବାହ ଉତ୍ସବ ପାଳନ ହେବାକୁ ଥିବା ବେଳେ, ସଂପୂର୍ଣ୍ଣ ବାହାଘର ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ। ବଡ଼ କଥା ହେଲା ଏହି ବିଶେଷ ଅବସରରେ କୌଣସି ବଡ଼ ତାରକାଙ୍କୁ ଦେଖିବାକୁ ମିଳିବନି। ବରଂ କେବଳ ପରିବାର ଏବଂ କିଛି ଅନ୍ତରଙ୍ଗ ବନ୍ଧୁମାନେ ହିଁ ଉପସ୍ଥିତ ରହିବେ।

ରିପୋର୍ଟ ଅନୁଯାୟୀ, ଜୁଲାଇ ୫ ତାରିଖ ପୂର୍ବାହ୍ନରେ ଆମୀରଙ୍କ ମୁମ୍ବାଇ ବାସଭବନରେ ପ୍ରଥମେ କୋର୍ଟ ମ୍ୟାରେଜ୍‌ର ପଞ୍ଜୀକରଣ କରାଯିବ ଏବଂ ପରେ ଏକ ଛୋଟ ପାରମ୍ପରିକ ଉତ୍ସବ ଅନୁଷ୍ଠିତ ହେବ। ତେବେ ସବୁଠୁ ରୋଚକ କଥା ହେଲା ଆମୀର ଏବଂ ଗୌରୀଙ୍କ ସବୁ ସନ୍ତାନମାନେ ମଧ୍ୟ ବିବାହରେ ଯୋଗଦେବେ। ଅର୍ଥାତ ଆମୀର ଖାନଙ୍କ ସନ୍ତାନ- ଅଭିନେତା ଜୁନୈଦ୍ ଖାନ, ଇରା ଖାନ ଏବଂ ସାନ ପୁଅ ଆଜାଦ୍ ଏହି ବିବାହ ଉତ୍ସବରେ ଯୋଗ ଦେବେ। ସେହିପରି ଗୌରୀ ସ୍ପ୍ରାଟ୍‌ଙ୍କ ପୂର୍ବ ବିବାହରୁ ଥିବା ପୁଅ ମଧ୍ୟ ଏହି ବିବାହରେ ଯୋଗ ଦେବେ।

Also Read: Jailer-2ର ରିଲିଜ୍ ତାରିଖ ଘୋଷଣା, ପୁଣି ଧମାଲ କରିବେ ରଜନୀକାନ୍ତ​​​​​​​

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଆମୀର ନିଜର ୬୦ତମ ଜନ୍ମଦିନ ଅବସରରେ ବେଙ୍ଗାଲୁରୁର ଗୌରୀ ସ୍ପ୍ରାଟ୍‌ଙ୍କୁ ଗଣମାଧ୍ୟମ ସହ ପରିଚିତ କରାଇଥିଲେ। ଗୌରୀ ପୂର୍ବରୁ ଏକ ପ୍ରତିଷ୍ଠିତ ହେୟାରକେୟାର ବ୍ରାଣ୍ଡରେ କାମ କରୁଥିଲେ ଏବଂ ଏବେ ଆମିରଙ୍କ ପ୍ରଡକ୍ସନ ହାଉସ୍‌ରେ ତାଙ୍କୁ ସହଯୋଗ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆମୀରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କଠାରୁ ଜୁନୈଦ୍ ଓ ଇରା ଏବଂ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ପୁଅ ଆଜାଦ୍ ଅଛନ୍ତି ।