ନାରାୟଣପାଟଣା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗାଁରେ ରାଜ୍ୟ ପ୍ରଦୂର୍ଷଣ ବୋର୍ଡ ତରଫରୁ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଓ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ଲକ୍ଷ୍ମୀପୁର ବ୍ଲକର କୋଡ଼ିଙ୍ଗାମାଳିରୁ ଗତ ଆଠ ବର୍ଷ ହେବ ୩.୬ ମିଲିଅନ ଟନ ବକ୍ସାଇଟ ଖନନ କରାଯାଇ ବେଦାନ୍ତ ସମେତ ଅନ୍ୟ କମ୍ପାନୀକୁ ଓଏମସି ଜରିଆରେ ପ୍ରଦାନ କରାଯାଉଛି। ବର୍ତ୍ତମାନ ଏହି କୋଡ଼ିଙ୍ଗା ମାଳି ଖଣି ଅଞ୍ଚଳରୁ ୩.୬ ମିଲିୟନ ଟନରୁ ୬ ମିଲିଅନ ଟନ ବୃଦ୍ଧି ନିମନ୍ତେ ଜନସୁଣାଣି ଅନୁଷ୍ଠିତ ହୋଇଛି।

ଖଣି ନିଗମ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଚମ୍ପି ଠାରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ପ୍ରଭାବିତ ଅଞ୍ଚଳବାସୀ ଉପସ୍ଥିତ ରହି ଖଣି ଖନନ ବୃଦ୍ଧିକୁ ସ୍ୱାଗତ କରିବା ସହ ଅଞ୍ଚଳରେ ପାରିପାର୍ଶ୍ଵିକ ବିକାଶ, ଲକ୍ଷ୍ମୀପୁର ଠାରେ ଓଏମସି ତରଫରୁ ଏକ ବିଦ୍ୟାଳୟ ସ୍ଥାପନ, ଖଣି ଯୋଗୁ ସ୍ୱାସ୍ଥ୍ୟଗତ ସମସ୍ୟା ଓ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ମଧ୍ୟ ଦୃଷ୍ଟି ଦେବାକୁ ଦାବି ରଖିଥିଲେ ଲୋକେ ଖୋଲା ମଞ୍ଚରେ ପ୍ରକାଶ କରିଥିଲେ। ଲକ୍ଷ୍ମୀପୁର ଚମ୍ପି, ଓଡ଼ିଆପେଣ୍ଟ, ଓ ଦଶମନ୍ତପୁର ବ୍ଲକର ମୁରକାର ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏହି ଜନଶୁଣାଣିରେ ଯୋଗ ଦେଇଥିଲେ।