ଭୋଗରାଇ ୪।୧୧: ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୋମବାର ରାତିରେ ଖାଇପିଇ ଘରେ ଶୋଇଥିଲେ । ମଙ୍ଗଳବାର ସକାଳୁ ମିଳିଲା ଝୁଲନ୍ତା ମୃତଦେହ । ମୃତଦେହ ଦେଖି ପରିବାର ଲୋକ  ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ତାଳସାରୀ ସାମୁଦ୍ରିକ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ସାହବାଜିପୁର ଗ୍ରାମର ନିଧିରାମ ଦାସଙ୍କ ପୁଅ ନିତ୍ୟାନନ୍ଦ ଦାସ ସୋମବାର ରାତିରେ ଘରେ ଖାଇ ପଛପଟୁ ବନ୍ଦ କରି ଶୋଇଥିଲେ । ମାତ୍ର ମଙ୍ଗଳବାର ସକାଳେ କବାଟ ଖୋଲିବାରୁ ଖୋଲିନଥିଲେ । ରୁମ୍‌ର ଝରକା ପଟୁ ଝୁଲନ୍ତା ଅବସ୍ଥା ଦେଖିବାକୁ ପାଇଥିଲେ ପରିବାର ଲୋକ । ଏ ନେଇ ସ୍ଥାନୀୟ ତାଳସାରୀ ସାମୁଦ୍ରିକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାକୁ ନେଇ ଅଧିକ ସନ୍ଦେହ ବଢୁଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଖୋଲା ପରେ ଘଟଣା ଜଣାପଡିବ ବୋଲି କୁହାଯାଇଛି ।