ନୂଆପଡା  ୧୦: ସୁଭଦ୍ରା ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସିଧା ସଳଖ ନିଶାନା କରିଛନ୍ତି ମହିଳା କଂଗ୍ରେସ ମୁଖପାତ୍ର ସୋନାଲି ସାହୁ । ଏନେଇ ନୂଆପଡା ସ୍ଥିତ ଖୁଣ୍ଟିଆ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନର ଜବାବ ରଖିବାକୁ କହିଛନ୍ତି । ସୁଭଦ୍ରା ଏକ ସରକାରୀ ଯୋଜନା, ଯାହାକୁ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ନେଇ ଉପମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଜବାବ ମାଗୁଛି କଂଗ୍ରେସ । ସେପଟେ ସୁଭଦ୍ରାକୁ ନେଇ ଯେତେ ରାଜନୀତି କଲେ ବି ଲୋକେ ଜାଣିଛନ୍ତି ବୋଲି କହିଛନ୍ତି ।