News7 Logo

ପୁରୀରେ ମଦ୍ୟପ ବ୍ୟକ୍ତିଙ୍କ କଟୁରୀ ଚୋଟରେ ମହିଳା ଆହତ, ଅଭିଯୁକ୍ତ ଗିରଫ

NEWS7
Puri News

ପୁରୀ ୧୬୯: ପୁରୀ ଚକ୍ରତୀର୍ଥ ରୋଡ୍ ବେହେରା ସାହିରେ ବୁଲିଲା କଟୁରୀ । ମଦ୍ୟପ ବ୍ୟକ୍ତିଙ୍କ କଟୁରୀ ଚୋଟରେ ମହିଳା ଆହତ ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ଚକ୍ରତୀର୍ଥ ରୋଡ୍‌ ବେହେରା ସାହିର । କଟୁରୀରେ ଆକ୍ରମଣ ଯୋଗୁଁ ମହିଳାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ବଳ ବେହେରାକୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବଳ ବେହେରା ଆହତ ମହିଳାଙ୍କ ଘର ସାମ୍ନାରେ ଅସ୍ରବ୍ୟ ଭାଷାରେ ଗାଳିଗୁଲଜ କରୁଥିଲା । ମହିଳା ଜଣଙ୍କ ଗାଳି ଗୁଲଜ କରିବାର କାରଣ ପଚାରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲା । ଏନେଇ ପେଣ୍ଠକଟା ଫାଣ୍ଡିରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ବଳ ବେହେରାକୁ ଗିରଫ କରିଥିବା ଜଣାପଡ଼ିଛି