News7 Logo

ବାରମ୍ବାର ଓଡ଼ିଶାକୁ ଆସିଲେ ରାଜ୍ୟର କି ଲାଭ ହେବ ବୋଲି ପ୍ରଶ୍ନ କଲେ ଭକ୍ତ ଦାସ

NEWS7
Bhakta Das

ଭୁବନେଶ୍ବର ୧୩।୯: ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତଙ୍କୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁମାନଙ୍କୁ ଓଡ଼ିଶାର ସମସ୍ତ ଖଣିଜ ସମ୍ପତ୍ତି ପ୍ରଦାନ କରିନାହାନ୍ତି, ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏଭଳି ଓଡ଼ିଶା ଆସିବେ । ଓଡ଼ିଶାରେ ଜନ୍ମିତ ଶିଶୁଙ୍କୁ ବ୍ରେଷ୍ଟ ଫିଡିଙ୍ଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ନାହିଁ । ମହିଳାଙ୍କ ପାଇଁ ଚିନ୍ତା ନାହିଁ । କେବଳ ଜନ୍ମଦିନ ପାଳନ କରିବା କଥା ମନେ ପଡ଼ିଲେ ଓଡ଼ିଶା ଆସୁଛନ୍ତି । ବାରମ୍ବାର ଓଡ଼ିଶାକୁ ଆସିଲେ ରାଜ୍ୟର କି ଲାଭ ହେବ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି ।