LIVE TV

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ : ଟସ୍ ଜିତି କାରବିୟାନ ଦଳର ବ୍ୟାଟିଂ, ଟିମ୍ ଇଣ୍ଡିଆର ବୋଲିଂ

NEWS7
test match

ଅହମ୍ମଦାବାଦ ୦୨।୧୦ : ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜ୍‌। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଓ୍ବେଷ୍ଟଇଣ୍ଡିଜ୍ । ତେଣୁ ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ୨ ତାରିଖ ଅର୍ଥାତ୍ ଆଜିଠୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ସସିପ୍‌ରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଏହା ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସରିଜ୍ । ଅଧିନାୟକ ଶୁବମନ ଗିଲ୍ ଶୄଙ୍ଖଳା ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ସେପଟେ ରୋଷ୍ଟନ ଚେସଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା କାରବିୟାନ ଦଳ ମଧ୍ୟ ମ୍ୟାଚ୍ ଜିତିବାକୁ ପ୍ରୟାସ କରିବ ।

ଭାରତ- ଯଶସ୍ୱୀ ଜୈସ୍ୱାଲ୍‌, କେଏଲ୍‌ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍‌ (ଅଧିନାୟକ), ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ଓ୍ୱାସିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ

ଓ୍ୱେଷ୍ଟଇଣ୍ଡିଜ- ତେଜନାରାୟଣ ଚନ୍ଦ୍ରପଲ, ଜନ କାମ୍ପାବେଲ୍‌, ଏଲିକ ଆଥାନେଜ, ବ୍ରେଣ୍ଡନ କିଙ୍ଗ, ସାଇ ହୋପ, ରୋଷ୍ଟନ ଚେଜ୍‌ (ଅଧିନାୟକ), ଜଷ୍ଟିନ୍‌ ଗ୍ରୀବ୍ସ, ଜୋମେଲ୍‌ ଓ୍ୱାରିକନ୍‌, ଖେରି ପିୟର, ଜୋହାନ ଲେନ୍‌, ଜେଡନ୍‌ ସିଲ୍ସ