ନୂଆଦିଲ୍ଲୀ ୨୯।୧୦; ନିତେଶ ତିୱାରୀଙ୍କ ରାମାୟଣ ଫିଲ୍ମ ଘୋଷଣା ହେବା ପରଠାରୁ ବିବେକ ଓବରୟ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମକୁ ନେଇ ପ୍ରତିଦିନ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ଯେଉଁଥିରେ ବିବେକ ଓବେରୟ ନିତେଶ ତିୱାରୀ ରାମାୟଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ତାଙ୍କର ଫି ଏକ ଦାନଶୀଳ କାର୍ଯ୍ୟରେ ଦାନ କରିବେ। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ।

रामायण' में विभीषण बनेंगे विवेक ओबेरॉय, दान में देंगे फीस, बोले- एक पैसा भी...  - Ramayana film vivek oberoi fees in charity hollywood epic tmova - AajTak

ସେ ଏହି ଫିଲ୍ମରୁ କାହିଁକି ଟଙ୍କା ନେବେ ନାହିଁ ସେ ସମ୍ପର୍କରେ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି । ସେ ପ୍ରଡ୍ୟୁସର ନମିତ ମଲହୋତ୍ରାଙ୍କୁ କହିଥିଲେ ଯେ, ସେ ଏହି ଫିଲ୍ମରୁ ଗୋଟିଏ ବି ଟଙ୍କା ନେବେ ନାହିଁ । ଏଥିସହ ତାଙ୍କ ଫି କର୍କଟ ରୋଗରେ ପୀଡିତ ଥିବା ପିଲାଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରାଯାଉ ବୋଲି ମଧ୍ୟ ସେ କହିଥିଲେ । ମୁଁ ବିଶ୍ୱାସ କରେ ରାମାୟଣ ଆମ ଶିଳ୍ପ ପାଇଁ ଏକ ଐତିହାସିକ ଫିଲ୍ମ ହେବ।ଏହାର କାହାଣୀ, ଏହାର ଦୃଶ୍ୟ ଏବଂ ଏହା ପଛରେ ଥିବା ଭାବନା ଏହାକୁ ଅତ୍ୟନ୍ତ ସ୍ୱତନ୍ତ୍ର କରିଥାଏ। 

ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାମାୟଣ ହଲିଉଡକୁ ଭାରତର ଏକ ଜବାବ୍‌ ହେବ । ଏହା ଏପରି ଏକ କମ୍ପାନୀ ସହିତ ଜଡିତ ଯାହା VFX ପାଇଁ ୭ ରୁ ୮ଟି ଅସ୍କାର ଜିତିଛି । ଏହି ଫିଲ୍ମରେ ସେ କାମ କରିବା ସହିତ ପ୍ରଯୋଜକଙ୍କ ସହ ଖୁବ୍ ମଜାମସ୍ତି ମଧ୍ୟ କରିଛନ୍ତି । ବିବେକଙ୍କ ସମେତ ଏହି ଫିଲ୍ମରେ ରଣବୀର କପୁର,ୟଶ, ସାଇ ପଲ୍ଲବୀ, ସନ୍ନି ଦେଓଲ ଏବଂ ରବି ଦୁବେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ହେଲେ ଫିଲ୍ମର ରିଲିଜ କଥା କୁହାଯିବ ତେବେ ଏହାର ପ୍ରଥମ ପାର୍ଟ ୨୦୨୬ ଦୀପାବଳିର ଏବଂ ଦ୍ବିତୀୟ ପାର୍ଟ ୨୦୨୭ ରେ ରିଲିଜ ହେବ ।