News7 Logo

ପଛକୁ ପଛ ପିଟିହେଲା ଦୁଇ ଟ୍ରକ୍, କ୍ୟାବିନ୍‌ରେ ଚାପି ହୋଇଥିବା ହେଲପରକୁ ଉଦ୍ଧାର କଲେ ଲୋକେ

NEWS7
Bhadrak

ଭଦ୍ରକ ୧୩।୯: ପଛକୁ ପଛ ପିଟିହେଲା ଦୁଇ ଟ୍ରକ୍ । କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ୍ । ଟ୍ରକ୍ ଭିତରେ ଚାପି ହୋଇଥିବା ହେଲପରକୁ ଗୁରୁତର ଭାବେ ଉଦ୍ଧାର କଲେ ସ୍ଥାନୀୟ ଲୋକେ ।

ସୂଚନାଯୋଗ୍ୟ ଯେ, ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ସହରାଞ୍ଚଳ ଥାନା ନିକଟରେ ଦୁର୍ଘଟଣା ଘଟିଛି । ସହାପୁର ଛକ ନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ କଣ୍ଟେନରକୁ ପଛରୁ ଧକ୍କା ଦେଇଛି ଆଳୁ ବୋଝେଇ ଟ୍ରକ୍ । ଆଳୁ ଟ୍ରକ୍‌ଟି ଓଲଟି ପଡ଼ିଥିବା ବେଳେ ଟ୍ରକ୍‌ର ହେଲପର କ୍ୟାବିନ୍‌ରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ କ୍ରେନ୍ ସାହାଯ୍ୟରେ ହେଲପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ହେଲପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି ।