ବ୍ରହ୍ମପୁର: ୪ ବର୍ଷର ନାବାଳିକା ଶିଶୁକୁ ଗଣ ଦୁଷ୍କର୍ମ ଘଟଣାର ଦୁଇଜଣଙ୍କୁ ଆଜୀବନ ଦଣ୍ଡାଦେଶ ରାୟ ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଆଜୀବନ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୭ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ବିଚାରପତି। ଏହା ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ମଧ୍ୟ ଦେଲେ ନିର୍ଦ୍ଦେଶ।

ଉଲ୍ଲେକଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ମାସରେ ଗୋପାଳପୁର ଥାନା ଅଞ୍ଚଳରେ ଘଟିଥିଲା ଘଟଣା। ନାବାଳିକା ଜଣକ ବସରେ ଆସୁଥିବାବେଳେ ତାଙ୍କ ସହ ଏଭଳି କରିଥିଲେ ଦୁଇ ଅଭିଯୁକ୍ତ। ତେବେ ଶୁକ୍ରବାର ପୋକ୍ସୋ କୋର୍ଟ ରାୟ ଶୁଣାଇଥିବା କହିଛନ୍ତି ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ନାରାୟଣ ପଣ୍ଡା।