News7 Logo

ମହଙ୍ଗା ପଡିଲା ଦୁଃସାହସିକ ରିଲ୍ସ ବନାଇବା: ଫାଇନ ଗଣିଲେ, ଭୁଲ ମାଗି ସଚେତନ କଲେ

NEWS7
fine

ସମ୍ୱଲପୁର ୧୨/୦୯: ସ୍ୱାମୀ କାର୍ ଚଲାଉଥିଲେ । ଆଉ ସ୍ତ୍ରୀ ଓ ୪ ଜଣ ଶିଶୁ ଗାଡ଼ିରେ ବସି ରିଲ୍ସ କରୁଥିଲେ । ଖାଲି ରିଲ୍ସ ବନାଇଲେନି ତ ଫେସବୁକ ଓ ଇଷ୍ଟଗ୍ରାମ ଭଳି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ । ଯାହାକି ଏବେ ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ପରିବହନ ବିଭାଗ କାର୍ ମାଲିକଙ୍କୁ ମୋଟା ଅଙ୍କର ଜରିମାନା ଲଗାଇଛି । ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଘଟିଛି । ପରିବହନ ବିଭାଗ ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ୧୧୦୦୦ ଟଙ୍କା ଜରିମାନା କରିଛି ।

ସୂଚନା ଥାଉକି, ସମ୍ବଲପୁର ରେଢାଖୋଲ ୫୫ନଂ ଜାତୀୟ ରାଜପଥରେ ସ୍ୱା ମୀ, ସ୍ତ୍ରୀ ଓ ୪ ଜଣ ଜଣ ଶିଶୁଙ୍କ କାରରେ ଯାଉଥିଲେ । କାରଟି ଚାଲୁଥିବା ବେଳେ ସ୍ତ୍ରୀ ଓ ୪ ଶିଶୁ ବିନା ସିଟ୍ ବେଲ୍ଟରେ ମୋବାଇଲରେ ରିଲ୍ସ କରୁଥିଲେ । ତେବେ ଜଣେ ବ୍ୟକ୍ତି ଏହାକୁ ଦେଖି ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ରାଜ୍ୟ ପରିବହନ ବିଭାଗକୁ ଟ୍ୟାଗ୍ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ଏହାକୁ ଭିତ୍ତି କରି ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗାଡ଼ି ମାଲିକଙ୍କ ନାଁରେ ୧୧ ହଜାର ଫାଇନ୍ କରିଥିବା ସୂଚନା ମିଳିଛି । ସେପଟେ ଏତେ ବଡ ଫାଇନ ଦେବା ପରେ ନିଜର ଭୁଲ ମାଗିଛନ୍ତି ଇନଫ୍ଲୁଏନ୍ସର । ଆଉ ଏପରି ଭୁଲ କରିବେନି ବୋଲି ପ୍ରତିଶୃତି ଦେବା ସହ ଅନ୍ୟମାନଙ୍କୁ ନକରିବାକୁ ଅନୁୋରଧ କରିଥିଲେ ।