LIVE TV

ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ, ସରକାରଙ୍କୁ ଘେରିପାରେ ବିଜେଡ଼ି

NEWS7
assembly

ଭୁବନେଶ୍ୱର ୨୪/୦୯: ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କାରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମସ୍ୟ  ଓ ପ୍ରାଣୀ ସମ୍ପଦ, ଶକ୍ତି, ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ସୁକ୍ଷ୍ମ, ଖୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ  ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ରହିଛି । କିନ୍ତୁ ୫ ଦିନ ଧରି ସାର, ପଞ୍ଚାୟତ ରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ, ଏବଂ  ନାରୀ ସୁରକ୍ଷା ଏବଂ ଅନାସ୍ଥାକୁ ନେଇ ଗୃହରେ ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି । 

ବିଜେଡି ସାର ପରେ ପଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଂକୁଚିତ କରିବାକୁ ଗୃହରେ ହଟଗୋଳ କରିବା ସହିତ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଆଜି ପୁଣି ସେହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରେ ବିଜେଡ଼ି ଏପଟେ କଂଗ୍ରେସ ଆଜିନାରୀ ସୁରକ୍ଷା ପ୍ରସଙ୍ଗ ଗୃହରେ ଉଠାଇ ସରକାରଙ୍କୁ ଘେରିପାରେ । କାରଣ ମହିଳା କଂଗ୍ରେସ ପକ୍ଷରୁ ନାରୀ ସୁରକ୍ଷାକୁ ନେଇ ଆନ୍ଦୋଳନ ଡାକରା ଦେଇଛି। ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ମାତ୍ର ୭ ଟି କାର୍ଯ୍ୟଦିବସ ରହିଥିବ ବେଳେ ୫ ଦିନ ଧରି ପ୍ରଶ୍ନ କାଳ ଚାଲିପାରୁନାହିଁ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।