News7 Logo

ଟାଇମ୍ ଟ୍ରାଭେଲ୍ କଣ ? ଫ୍ରାନ୍ସର ଝିଅଟି କେମିତି ଦେଖି ପାରୁଛି ଅତୀତ ଓ ଭବିଷ୍ୟତ

NEWS7
french

ନୂଆଦିଲ୍ଲୀ ୦୩ /୦୯: ସମୟ... ଆମେ ସମସ୍ତେ ଚାହିଁଥାଉ କି ଆମ ପାଖରେ ଆହୁରି ଅଧିକ ସମୟ ରହୁ । ଯଦି ଏମିତି କୌଣସି  କିଛି ଚମତ୍କାର ହୋଇଥାନ୍ତା ଆଉ ଆମେ ସମୟର ବେଡିରୁ ମୁକ୍ତ ହୋଇପାରିଥାନ୍ତୁ । ଆଉ ଯୁଆଡେ ଚାହିଁଥାନ୍ତୁ ଯାତ୍ରା କରିପାରିଥାନ୍ତୁ । ଦୂର ଅତୀତକୁ ଯାଇପାରିଥାନ୍ତୁ ଓ କେତେ ବର୍ଷ ଆଗର ଭବିଷ୍ୟତକୁ ଦେଖିପାରିଥାନ୍ତୁ । ଅନେକ ବୈଜ୍ଞାନିକ ଏ କଥାକୁ ସତ କରିବାକୁ ଶତ ଚେଷ୍ଟା କରିଛନ୍ତି ହେଲେ ସମ୍ଭବ ହୋଇପାରିନି । କିନ୍ତୁ ଏବେ ନୂଆ ବିଜ୍ଞାନ ଦେଖାଇଛି ନୂଆ ରାସ୍ତା । ଏବେ ବୋଧହୁଏ ଆମେ ଏହି ପ୍ରଶ୍ନର ଉତ୍ତର ଦେଇପାରିବୁ କଣ ସତରେ ଟାଇମ ଟ୍ରାଭେଲ ସମ୍ଭବ । । ଫ୍ରାନ୍ସରୁ ଆସିଛି ଟାଇମ ଟ୍ରାଭେଲର ଏକ କାହାଣୀ ।  ଜଣେ ୧୭ ବର୍ଷୀୟା ଝିଅଟି ସମୟ ସହ ସମାନ୍ତରାଳ ବେଗରେ ଯାଇପାରୁଛି । ଅତୀତ ଓ ଭବିଷ୍ୟତକୁ ଦେଖିପାରୁଛନ୍ତି । ସେ ଏସବୁ ଶାରିରୀକ ରୂପରେ ନୁହେଁ ବରଂ ମାନସିକ ସ୍ତରରେ କରୁଛନ୍ତି । ଏହାକୁ କୁହାଯାଏ ହାଇପରଥାଇମେସିଆ । ନ୍ୟୁରୋକେସ୍‌ରେ ପ୍ରକାଶିତ ରିପୋର୍ଟ ରେ ବିଶେଷ ଭାବରେ ଦର୍ଶାଯାଇଛି କେମିତି ଏ ଝିଅଟି ନିଜର ଅତୀତକୁ ଯାଇପାରୁଛି ଓ ସବୁକିଛି ସ୍ପଷ୍ଟ ଭାବରେ ମନେ ପକାଇ ପାରୁଛି । କେବଳ ଏତିକି ନୁହେଁ ସେ ନିଜର ଭବିଷ୍ୟତକୁ ବି ଦେଖିପାରୁଛି । ଯାହା କାଳ୍ପନିକ ଲାଗୁଥିଲେ ବି ବିସ୍ତୃତ ଭାବରେ ସେ କହିପାରୁଛି ।

ତେବେ ଏହା ଏକ ଅତ୍ୟନ୍ତ ବିରଳ ସ୍ଥିତି କାରଣରୁ ହୋଇଥାଏ । ଯାହା ଦ୍ବାରା କୌଣସି ବ୍ୟକ୍ତି ଅନେକ ବର୍ଷ ତଳର ପୁରୁଣା ଘଟଣାକୁ ମନେ ପକାଇବାକୁ ସକ୍ଷମ ହୋଇଥାଏ । ଏମିତିକି ସେହି ସମୟର ମନର ଭାବନା ଓ ପ୍ରତିକ୍ରିୟା ମନେପକାଇପାରେ । ଫ୍ରାନ୍ସର ପ୍ୟାରିସ ବ୍ରେନ ଇନଷ୍ଟିଚ୍ୟୁଟ ଓ ୟୁନିଭରୟିଟି ପ୍ୟାରିସ ସିଟି ପରି ଅନୁଷ୍ଠାନର ରିସର୍ଚ୍ଚର, ଭାଲେଣ୍ଟିନା ଲା କୋର୍ଟେ,ପାସ୍କାଲେ ପିଓଲିନ ଓ ଲଉରେଣ୍ଟ କୋହେନ, ଏହି ଛୋଟ ଝିଅଟି ଉପରେ ଗବେଷଣା କରିଥିଲେ । ଆଉ ଜାଣିପାରିଥିଲେ ଏପରି ଆଶ୍ଚର୍ଯ୍ୟଜନକ କଥା କେମିତି ସମ୍ଭବ ହୋଇପାରୁଛି । ଆଉ ଏହାର ଭବିଷ୍ୟତର ପ୍ରୟୋଗ ଗୁଡିକ କଣ ରହିବ ।  

ଅଧ୍ୟୟନରେ ଏହି ୧୭ ବର୍ଷୀୟା ଝିଅଟିକୁ TL ଭାବରେ ଉଲ୍ଲେଖ କରାଯାଇଛି । ସେ ସବୁବେଳେ ଜାଣିଥିଲା କି ତାର ମେମୋରି ବା ସ୍ମୃତି ଅନ୍ୟମାନଙ୍କ ଠାରୁ ଅଲଗା । TL ମାନସିକ ଭାବରେ ଅତୀତର ଘଟଣାବଳୀକୁ ପୁଣି ଥରେ ମନେ ପକାଇ ପାରେ ।  ଛୋଟରୁ ଛୋଟ କଥା ବିସ୍ତାର ଭାବରେ କହିପାରେ । । TL ପାଖରେ ଆତ୍ମଜୀବନୀ ସ୍ମୃତି ରହିଛି ଯାହା ସମୟ ଓ ସ୍ଥାନ ମାଧ୍ୟମରେ ଯାତ୍ରା କରେ ଓ ବ୍ୟକ୍ତିଗତ ଅନୁଭବ ଓ ଘଟଣାକୁ ମନେ ପକାଇବାର କ୍ଷମତା ରଖେ । ଗବେଷଣାକାରୀମାନେ ଝିଅଟିକୁ ଭେଟିଥିଲେ ଓ ସେ ସେମାନଙ୍କୁ କିଛି ଆଶ୍ଚର୍ଯ୍ୟଜନକ କଥା କହିଥିଲା । ସେ କହିଥିଲା କି ଅତୀତର ଘଟଣାବଳୀକୁ ମନେ ପକାଇବା ଓ ଦେଖିବା କୌଣସି ସଂଯୋଗ ନୁହେଁ । ତାର ଆନ୍ତରିକ ଦୁନିଆରେ ବିଭିନ୍ନ ପ୍ରକାର ଘଟଣାବଳୀକୁ ନେଇ ବକ୍ସ ତିଆରି ହୋଇଛି । ଯାହା ସବୁ ବିଭାଗରେ ବିଭକ୍ତ । TL କହିଥିଲା ତାର ସ୍ମୃତି ସବୁ ନିମ୍ନ ଛାତ ସହ ଏକ ବଡ ଆୟତ୍ତାକାର ଧଳା କଠୋରୀରେ ସଂଗୃହିତ ହୋଇ ରହିଛି । ପାରିବାରିକ ଜୀବନ, ଛୁଟି,ବନ୍ଧୁ, ଖେଳନା ଓ ଅନ୍ୟାନ୍ୟ ଜିନିଷ ପାଇଁ ବିଭାଗ ରହିଛି । ଅନ୍ୟମାନଙ୍କ ଠାରୁ ମିଳିଥିବା ଜିନିଷ ଗୁଡିକରେ ଟ୍ୟାଗ ରହିଛି  ଯାହା ଉପରେ ସାକ୍ଷାତର ତାରିଖ ଓ ଦେଇଥିବା ବ୍ୟକ୍ତିଙ୍କ ନାଁ ଲେଖାଯାଇଛି । ସେ ଏହି ଭାବନାଗୁଡିକୁ ମଧ୍ୟ ମନେ ପକାଇପାରେ ଯାହା ସେ ଓ ଅନ୍ୟ ଜଣକ ସେହି ସମୟରେ ଅନୁଭବ କରୁଥିବେ । ତେବେ ଯେଉଁ ଘଟଣାଗୁଡିକ ସହ ସେ ଭାବନାତ୍ମକ ଭାବରେ ଜଡିତ ସେଗୁଡିକ ଏକ ଧଳା କଠୋରୀରେ ଥିଲା । ତଥାପି ତର୍କ ଓ ଶିକ୍ଷାରେ ଜଡିତ ଘଟଣାସବୁ କଳା ସ୍ମୃତି ଥିଲା । ଯାହା ମନେ ପକାଇବାକୁ ଚେଷ୍ଟା କରିବାକୁ ପଡୁଛି ।

ସମୟ ସହ ଯାତ୍ରା କରୁଥିବା ଝିଅଟିର ଇଣ୍ଟରନାଲ ମେମୋରିରେ ବିଭିନ୍ନ ଜିନିଷ ପାଇଁ ଜାଗା ରହିଛି । TLର ଇଣ୍ଟରନାଲ ମେମୋରିରେ ଆହୁରି ୩ଟି କଠୋରୀ ରହିଛି । ଯେମିତିକି କ୍ରୋଧରୁ ରକ୍ଷା ପାଇବା ପାଇଁ ଏକ ଥଣ୍ଡା ‘ପ୍ୟାକ୍‌ ଆଇସ’ କୋଠରୀ, ଚିନ୍ତା କରିବା ପାଇଁ ସମସ୍ୟା କୋଠରୀ ଥିଲା । TLର ଆତ୍ମଜୀବନୀ ସ୍ମୃତି କିପରି କାମ କରୁଥିଲା ତାହା ବୁଝିବା ପାଇଁ ତାଙ୍କୁ ୨ଟି କାମ କରିବାକୁ ଦିଆଯାଇଥିଲା । ପ୍ରଥମତଃ ତାଙ୍କୁ ଶୈଶବ ଓ କିଶୋରାବସ୍ଥାର ଘଟଣାଗୁଡିକ ମନେ ପକାଇବାକୁ କୁହାଯାଇଥିଲା । ସେ ଅତ୍ୟନ୍ତ ନିର୍ଦ୍ଦିଷ୍ଟ ବିବରଣୀ ପ୍ରକାଶ କରିଥିଲେ । ଦ୍ବିତୀୟରେ ଗବେଷକମାନେ ଅତୀତ ଓ ଭବିଷ୍ୟତର ଦୃଶ୍ୟଗୁଡିକୁ ମନେ ରଖିବା କିମ୍ବା କଳ୍ପନା କରିବାର କ୍ଷମତା ବିଶ୍ଳେଷଣ କରିଥିଲେ । ସେ ପୁଣି ଥରେ ଆଶ୍ଚର୍ଯ୍ୟଜନକ ଭାବରେ କରି ଦେଖାଇଥିଲେ । ସେ କଳ୍ପନା କରୁଥିବା ଭବିଷ୍ୟତ ମଧ୍ୟ ଅତ୍ୟନ୍ତ ବିସ୍ତୃତ ଥିଲା ଓ ବାସ୍ତବ ଅନୁଭବ ଦେଇଥିଲା । ଏଥି ସହ ପୂର୍ବ ଅଭିଜ୍ଞତାର ଏକ ଦୃଢ ଭାବନା ବହନ କରିଥିଲା । ଶେଷରେ ବୈଜ୍ଞାନିକମାନେ କହିଥିଲେ ଏପରି ମାମଲା ଭବିଷ୍ୟତ ଗବେଷଣା ପାଇଁ ଦିଗ୍‌ଦର୍ଶନ ପ୍ରଦାନ କରିବାରେ ସାହାଯ୍ୟ କରିପାରିବ ।